ବଣାଇ : ଶେଷରେ ଉତ୍ପାତ କରୁଥିବା ଗୋଠଛଡା ଦନ୍ତାକୁ ଘଉଡାଇଲା ବନ ବିଭାଗ । ଦନ୍ତାକୁ ସହରଠାରୁ ୩୦କିମି ଦୂର ଦେବଗଡ ଜଙ୍ଗଲକୁ ଘଉଡାଇଛି ବନ ବିଭାଗ। ଦୀର୍ଘ ଦିନ ଧରି ସୁନ୍ଦରଗଡ଼ ଜିଲା ବଣାଇରେ ହାତୀଙ୍କ ଉପଦ୍ରବ ଦେଖାଦେଇଥିଲା। କୁଳିପୋଷ, ବାଙ୍କୀ ରେଞ୍ଜରେ ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରୁଥିଲା। ଅନେକଙ୍କ ଘର ଭାଙ୍ଗୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡାଇବାକୁ ଉଦ୍ୟମ ଜାରି ରଖିଥିଲେ। ଶେଷରେ ଦନ୍ତାଟିକୁ ଦେବଗଡ ଜଙ୍ଗଲକୁ ଘଉଡାଇଛନ୍ତି ବନ ବିଭାଗ କର୍ମଚାରୀ।
Popular Categories



