www.samajalive.in
Saturday, December 6, 2025
26.1 C
Bhubaneswar

ନନ୍ଦନକାନନ ଆସିଲେ କଳାବାଘ ସହ ୧୮ ଜନ୍ତୁ

ନନ୍ଦନକାନନ: ନନ୍ଦନକାନନ ପ୍ରାଣୀଉଦ୍ୟାନର ଶୋଭା ବୃଦ୍ଧି ସହିତ ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରିବାକୁ ଚଳିତବର୍ଷ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ନନ୍ଦନକାନନରୁ ଗତ ମଙ୍ଗଳବାର ୭ ପ୍ରଜାତିର ୫୩ ଜୀବଜନ୍ତୁଙ୍କୁ ରାଞ୍ଚିର ଭଗବାନ ବିର୍ଶା ଜୀବ ଉଦ୍ୟାନକୁ ପଠାଯାଇଥିଲା। ପ୍ରତିବଦଳରେ ସେଠାରୁ ଶନିବାର କ୍ରିଷ୍ଣା ନାମକ ଗୋଟିଏ ମାଈ କଳାଲୋମଯୁକ୍ତ ବାଘ, ଲକ୍ଷ୍ମୀ ନାମକ ଗୋଟିଏ ମାଈ ସାଧାରଣ ବାଘ, ୪ ହେଟାବାଘ (୩ ଅଣ୍ଡିରା, ଗୋଟିଏ ମାଈ), ୧୦ ଭାରତୀୟ ଝିଙ୍କ (୫ମାଈ, ୫ଅଣ୍ଡିରା), ୨ ଅଣ୍ଡିରା ନୀଳଗାଈ ନନ୍ଦନକାନନ ଅଣାଯାଇଛି। ନୂଆ ଅତିଥିଙ୍କ ସ୍ବାସ୍ଥ୍ୟବସ୍ଥା ଅନୁଧ୍ୟାନ ପାଇଁ ପ୍ରାଣୀଉଦ୍ୟାନର ବନ୍ୟପ୍ରାଣୀ ଚିକିତ୍ସାଳୟର କ୍ବାରେନଟାଇନ ପୃଥକୀକରଣ ଖୁଆଡ ଓ ତୃଣଭୋଜି ସଫାରୀରେ ନୀଳଗାଈ ଓ ଝିଙ୍କ ଖୁଆଡରେ ଝିଙ୍କ ରଖାଯାଇଛି।

ଜନ୍ତୁ ଆଣିବା ପାଇଁ ଗତ ୯ତାରିଖରେ ନନ୍ଦନକାନନର ଜନ୍ତୁ ବନାଞ୍ଚଳ (ରେଞ୍ଜର) ନୂତନ କୁମାର ହେମ୍ବ୍ରମଙ୍କ ନେତୃତ୍ବରେ ପ୍ରାଣୀଉଦ୍ୟାନ ଚିକିତ୍ସକ ଡ. ସନ୍ତୋଷ କୁମାର ଗୁପ୍ତା, ଫରେଷ୍ଟଗାର୍ଡ ପ୍ରତାପ କୁମାର ଖୁଣ୍ଟିଆ,ଜନ୍ତୁ ରକ୍ଷକ ପ୍ରଫୁଲ ବାଗ୍ ସମେତ ୯ଜଣିଆ ଦଳ ରାଞ୍ଚି ଯାତ୍ରା କରିଥିଲେ। ୧୪ରେ ଜନ୍ତୁ ନେଇ ନନ୍ଦନକାନନରେ ପହଞ୍ଚିବା ପରିବର୍ତ୍ତେ ଗୋଟିଏ ଦିନ ଆଗରୁ ଆସି ପହଞ୍ଚିଛନ୍ତି। ତେବେ ୫ ନୀଳଗାଈ (୨ ଅଣ୍ଡିରା, ୩ମାଈ) ପରିବର୍ତ୍ତେ ୨ ଅଣ୍ଡିରା ନୀଳଗାଈ ଆସିଛି।

ସକ୍ରିୟ ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣରେ ପ୍ରବଳ ବର୍ଷା ସମ୍ଭାବନା

- Advertisement -

ସୂଚନାଯୋଗ୍ୟ, କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନକ୍ରମେ ମଙ୍ଗଳବାର ନନ୍ଦନକାନନ କର୍ତ୍ତୃପକ୍ଷ ଗୋଟିଏ ମାଈ ଧଳା ବାଘ, ୪ ଗୁରାଣ୍ଡି (୨ ମାଈ ୨ ଅଣ୍ଡିରା), ୪ ଶାଳିଆପାତିନି (୨ ଅଣ୍ଡିରା, ୨ ମାଈ), ୨ ଭାରତୀୟ କୋକିଶିଆଳି (ଗୋଟିଏ ଅଣ୍ଡିରା, ଗୋଟିଏ ମାଈ),୨ ଧୂସର ଦଦରାହନା ପକ୍ଷୀ (ଗୋଟଏ ଅଣ୍ଡିରା, ଗୋଟିଏ ମାଈ), ୨୦ ଅନ୍ଧାରୀ ବଗ (୧୦ ଅଣ୍ଡିରା, ୧୦ ମାଈ), ୨୦ ବାଜେଣୀ ପକ୍ଷୀ (୧୦ ଅଣ୍ଡିରା, ୧୦ ମାଈ ) ସେଠାକୁ ପଠାଇଥିଲେ। ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ସମ୍ପର୍କରେ ନନ୍ଦନକାନନ ଉପନିର୍ଦେଶକ ସନଥ୍ କୁମାର ନାରାୟଣ କହିଲେ, ବିଲୁପ୍ତ ଜୀବଜନ୍ତୁମାନଙ୍କ ବଂଶବୃଦ୍ଧି କରିବା ଆମର ଲକ୍ଷ୍ୟ ରହିଛି। ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନରେ କେତେକ ଜୀବଜନ୍ତୁଙ୍କ ବଂଶବୃଦ୍ଧିରେ ସହାୟକ ହୋଇପାରିବ।

ମହାପ୍ରଭୁଙ୍କ ଅନୁମତି ନେଇ ଖୋଲାଯିବ ରତ୍ନଭଣ୍ଡାର, ଡାକ୍ତରୀ ଦଳ ଓ ସ୍ନେକ୍‌ ହେଲ୍‌ପ ଲାଇନ ପ୍ରସ୍ତୁତ

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories