www.samajalive.in
Saturday, December 13, 2025
21.1 C
Bhubaneswar

ସତ୍ୟସାଇ ସେବା ସମିତି ଦ୍ୱାରା ବନ ମହୋତ୍ସବ

ଆଠଗଡ: ଆଠଗଡ ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ଶୁକ୍ରବାର ବନ ମହୋତ୍ସବ ପାଳନ ଅବସରରେ ଜନସଚେତନତା ସହିତ ଶତାଧିକ ଚାରା ରୋପଣ କରାଯାଇଛି। ରାଧାଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦମାଧବପୁର ପ୍ରକଳ୍ପ ଉପ୍ରା ବିଦ୍ୟାଳୟ ପରିସରରେ ଆୟୋଜିତ ସଚେତନତା ସଭାରେ ସମିତିର ଉପଦେଷ୍ଟା ସନ୍ତୋଷ କୁମାର ରାଉତ ଓ ଆବାହକ କ୍ଷୀରୋଦାନନ୍ଦ ମିଶ୍ର ବିକାଶ ନାମରେ ଏବେ ବିଶ୍ୱର ଅନେକ ବିକାଶଶୀଳ ରାଷ୍ଟ୍ରରେ ଜଙ୍ଗଲ ସମ୍ପଦର ବ୍ୟାପକ ଅବକ୍ଷୟ ଦ୍ୱାରା ପରିବେଶ ପ୍ରଦୂଷିତ ହେବା ସହ ଏହା ଜୀବଜଗତ ପାଇଁ ବିପର୍ଯ୍ୟୟର କାରଣ ହେଲାଣି ବୋଲି ପ୍ରକାଶ କରିଥିଲେ। ବିଶ୍ୱ ତାପମାତ୍ରା ନିୟନ୍ତ୍ରଣ କରିବା ଏବଂ ପରିବେଶ ସୁରକ୍ଷା ପାଇଁ ସମସ୍ତେ ସଚେତନ ହୋଇ ଜଙ୍ଗଲ ସମ୍ପଦର ସୁରକ୍ଷା ଓ ସବୁଜିମା ସୃଷ୍ଟି କରିବା ଜରୁରୀ ବୋଲି ମତପୋଷଣ କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories