www.samajalive.in
Friday, December 12, 2025
15.1 C
Bhubaneswar

ତ୍ରିଶା ନର୍ସିଂହୋମ ଅଗ୍ନିକାଣ୍ଡ – ସର୍ଟସର୍କିଟରୁ ବ୍ୟାପିଥିଲା ଧୂଆଁ

ଡେସ୍କ: କଟକ ତ୍ରିଶା ନର୍ସିଙ୍ଗ ହୋମରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ମୁହଁ ଖୋଲିଛନ୍ତି ହସ୍ପିଟାଲର ମ୍ୟାନେଜର ଜ୍ଞାନେନ୍ଦ୍ର ସାମଲ। ସେ କହିଛନ୍ତି, ହସ୍ପିଟାଲର କାର୍ଯ୍ୟାଳୟରେ ଏକ ଏୟାର କଣ୍ଡିସନର (ଏସି)ରୁ ଧୂଆଁ ବାହାରିବା ପରେ ତାହା ସବୁଆଡେ ବ୍ୟାପି ଯାଇଥିଲା। ଶ୍ରୀ ସାମଲ କହିଛନ୍ତି ଯେ କୌଣସି ଅଗ୍ନିକାଣ୍ଡ ସୃଷ୍ଟି ହୋଇନାହିଁ କିମ୍ବା ଆଇସିୟୁ ମଧ୍ୟରେ କୌଣସି ଅଗ୍ନିକାଣ୍ଡ ଘଟିନାହିଁ।

ପୂର୍ବରୁ ଜଣେ ରୋଗୀଙ୍କ ସହାୟକ କହିଥିଲେ ଯେ ହସପିଟାଲରୁ ଧୂଆଁ ବାହାରିବା ମାତ୍ରେ ବହୁତ ଜୋର ଶବ୍ଦ ହୋଇଥିଲା। ଉଇଣ୍ଡୋ ଏସି କିମ୍ବା କୌଣସି ବିଦ୍ୟୁତ ଯନ୍ତ୍ରାଂଶ ଫାଟି ଯାଇଥିବା ସେ କହିଥିଲେ। ଅନ୍ୟପକ୍ଷରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ ଉଭୟ ନିଆଁ ଏବଂ ଧୂଆଁ ଆୟତ୍ତ ହୋଇଛି। ପ୍ରାୟ ୧୨ ଜଣ ଶିଶୁ ଓ ନବଜାତକ ଏବଂ ଆଇସିୟୁରେ ଚିକିତ୍ସିତ ହେଉଥିବା ୨୦ରୁ ଅଧିକ ରୋଗୀଙ୍କୁ ଏସସିବି ମେଡିକାଲ ସମେତ ଅନ୍ୟ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରୋଗୀମାନଙ୍କ ସୁରକ୍ଷିତ ଉଦ୍ଧାର ଓ ପରବର୍ତ୍ତୀ ଚିକିତ୍ସା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କଟକ ଜିଲ୍ଲାପାଳ, ଅଗ୍ନିଶମ ଡିଜି ଓ ଏସସିବି ଅଧିକାରୀଙ୍କୁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

- Advertisement -

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ତ୍ରିଶା ହସ୍ପିଟାଲରେ ନିଆଁ ଲାଗିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories