ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଗରସଙ୍ଗ ବଜାର ନିକଟରେ ଅଘଟଣ। ବାଇକ ଆରୋହୀଙ୍କୁ ଧକ୍କା ଦେଇ ୫୦ ମିଟର ଟାଣିନେଲା ବସ୍ । ମିଳିଥିବା ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ଆଜି ସକାଳେ କାନରେ ହେଡ ଫୋନ ଲଗାଇ ବାଇକ୍ ଚଳାଉଥିଲେ। ଏତିକି ବେଳେ ଦ୍ରୁତ ଗତିରେ ଯାଉଥିବା ଏକ ବସ୍ ବ୍ୟକ୍ତି ଜଣଙ୍କୁ ଧକ୍କା ଦେଇଥିଲା। ଏପରିକି ବସ୍ଟି ବାଇକ ଆରୋହୀ ଜଣଙ୍କୁ ପଚାଶ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଦୁର୍ଘଟଣାରେ ବାଇକ ଚାଳକ ସୂର୍ଯ୍ୟକାନ୍ତ ମୁଣ୍ଡା ଗୁରୁତର ଆହତ ହୋଇଥିଲେ। ତାଙ୍କ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



