www.samajalive.in
Saturday, December 13, 2025
26.1 C
Bhubaneswar

୫ଦିନ ପରେ ମିଳିଲା ଓମ୍‍ ପ୍ରକାଶ ରଥଙ୍କ ମୃତଦେହ

ଖୋର୍ଦ୍ଧା: ତାପଙ୍ଗ ଗଭୀର ଖଣି ପାଣିରୁ ନିଖୋଜ ଛାତ୍ର ଓମ୍‍ ପ୍ରକାଶ ରଥଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ନିଖୋଜ ହେବାର ୫ଦିନ ପରେ ଆଜି ସକାଳେ ଓମ୍‍ ପ୍ରକାଶଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଗତ ସୋମବାର ଦିନ ତାପଙ୍ଗ ଖଣି ଅଞ୍ଚଳକୁ ବୁଲିବାକୁ ଯାଇଥିବା ବେଳେ ସେଠାରେ ଓମ ପ୍ରକାଶ ରିଲ୍ସ କରିବା ବେଳେ ତଳକୁ ଛସିପଡିଥିଲେ । ଏହାପରେ ତାଙ୍କର କୌଣସି ପତ୍ତା ମିଳିନଥିଲା । ଓମ ପ୍ରକାଶଙ୍କୁ ଠାବ କରିବା ପାଇଁ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ଏନଡିଆରଏଫ୍‍, ନାଭାଲ ଟିମ୍‍ ସହ ରାଉରକେଲା ଏନଆଇଟିର ରୋବଟ୍‍ । ବହୁ ଖୋଜା ଖୋଜି ପରେ ଶେଷରେ ଶୁକ୍ରବାର ସକାଳେ ତାଙ୍କ ମୃତଦେହ ଠାବ ହୋଇଛି । ମୃତଦେହ ମିଳିବା ପରେ ଓମ୍‍ ପ୍ରକାଶଙ୍କ ପରିବାର ଲୋକଙ୍କୁ ଖବର ଦେଇଛି ପୁଲିସ । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories