www.samajalive.in
Monday, December 8, 2025
13.1 C
Bhubaneswar

ହାତୀପଲଙ୍କ ଉତ୍ପାତ: ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ, ଅଳ୍ପକେ ବର୍ତ୍ତିଲେ ପରିବାର

ବଣାଇ: ସୁନ୍ଦରଗଡ ଜିଲ୍ଲା ବଣାଇର କୁଳିପୋଷ ଏବଂ ବାଙ୍କି ରେଞ୍ଜରେ ହାତୀ ଉତ୍ପାତ। ୮ଦିନ ହେଲାଣି ଗୋଟିଏ ଦନ୍ତା ହାତୀ ଉତ୍ପାତ ଚଳାଇଛି । ବୁଧବାର ରାତିରେ କେନ୍ଦ୍ରିକଳା ପଞ୍ଚାୟତର ନୂଆ ଗାଁ , ସତିଆଢିପ, ବାବୁନୂଆଗାଁ, ବୁଢିଆଳି ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଘର ଭାଙ୍ଗିବା ସହ ବସ୍ତା ବସ୍ତା ଚାଉଳ ଖାଇ ବ୍ୟାପକ ଆସବାବପତ୍ର ନଷ୍ଟ କରିଛି। ଘର କାନ୍ଥ ଭାଙ୍ଗିଥିବାରୁ ପରିବାର ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବାରମ୍ବାର ଏସବୁ ଅଞ୍ଚଳରେ ହାତୀଙ୍କ ଦୌରାତ୍ମ୍ୟ ଦେଖାଦେଉଥିଲେ ମଧ୍ୟ ହାତୀ ଘଉଡାଇବାରେ ବନ ବିଭାଗ ସମ୍ପୂର୍ଣ୍ଣ ଫେଲ ମାରିଛି । ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories