www.samajalive.in
Wednesday, December 10, 2025
23.1 C
Bhubaneswar

ରେଡମି ଆଣିଲା ନୂଆ ମଡେଲ୍, କମ୍ ଦାମରେ ମିଳୁଛି ଅନେକ ଫିଚର୍

ନୂଆଦିଲ୍ଲୀ : ଚୀନ୍ ମୋବାଇଲ୍ ନିର୍ମାତା କମ୍ପାନୀ ରେଡମି ଆଜି ‘ରେଡମି ୧୩’ ସ୍ମାର୍ଟଫୋନ୍ ଭାରତୀୟ ବଜାରକୁ ନେଇଆସିଛି । କମ୍ପାନୀ ସୂଚନା ଅନୁସାରେ ରେଡମି ୧୩ ସ୍ମାର୍ଟଫୋନ୍ ସେଗମେଣ୍ଟର ଏକମାତ୍ର ୫ଜି ଫୋନ୍ । ସ୍ମାର୍ଟଫୋନରେ ୧୦୮ ମେଗାପିକ୍ସେଲ କ୍ୟାମେରା ଓ କ୍ବାଲକମ୍ ସ୍ନାପଡ୍ରାଗନ ୪ ଜେନେରେସନ ୨ ପ୍ରୋସେସର ଦିଆଯାଇଛି ଯାହା କମ୍ପାନୀର ହାଇପର ଅପରେଟିଂ ସିଷ୍ଟମରେ ଚାଲିଥାଏ । ଏହା ବ୍ୟତୀତ ରେଡମି ୧୩ ୫ଜିରେ ୩୩ ଡବ୍ଲୁ ଚାର୍ଜିଂ ସପୋର୍ଟ ସହିତ ୫୫୩୦ ଏମଏଏଚ୍ ବ୍ୟାଟେରୀ ଦିଆଯାଇଛି ।

କମ୍ପାନୀ କହିଛି କି ଏହି ଫୋନର ଡିସପ୍ଲେ ସେଗମେଣ୍ଟର ସବୁଠାରୁ ବଡ ଡିସପ୍ଲେ ହେବ । ସ୍ମାର୍ଟଫୋନକୁ ରେଡମି ୩ ରଙ୍ଗ ବିକଳ୍ପ ସହିତ ଆଣିଛି । ଏଥିରେ ୬ ଓ ୧୨୮ ଏବଂ ୮ ଜିବି ଓ ୧୨୮ ଜିବି ଷ୍ଟୋରେଜ୍ ବିକଳ୍ପ ମିଳୁଛି । ୬ ଜିବି ଭେରିଏଣ୍ଟର ଦାମ୍ ୧୩,୯୯୯ ଟଙ୍କା ରଖିଛି କମ୍ପାନୀ । ରେଡମି ୧୩ ୫ଜିରେ ୧୨୦ ହର୍ଜ ରିଫ୍ରେଶ୍ ରେଟ୍ ବିଶିଷ୍ଟ ୬.୭୯ ଇଞ୍ଚ ଫୁଲ ଏଚଡି ପ୍ଲସ ଡିସପ୍ଲେ ଦିଆଯାଇଛି । ଫୋନର ସ୍କ୍ରିନକୁ କର୍ଣ୍ଣିଂ ଗରିଲା ଗ୍ଲାସ୍ ୩ର ପ୍ରୋଟେକ୍ସନ ମିଳିଥାଏ । ଫୋନରେ ୧୦୮ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ସହିତ ୧୩ ଏମପିର ସେଲ୍ଫି କ୍ୟାମେରା ରହିଛି ।

ମୁମ୍ବଇ ବିଏମଡବ୍ଲ୍ୟୁ ହିଟ୍ ଆଣ୍ଡ ରନ୍ ମାମଲା: ଶିବସେନା ନେତାଙ୍କ ପୁଅ ଗିରଫ

- Advertisement -

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories