www.samajalive.in
Saturday, December 13, 2025
14.1 C
Bhubaneswar

ଏସସି/ଏସ୍‍ଟିଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର କରିବେ ମଧ୍ୟପ୍ରଦେଶ ସରକାର

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର କଂଗ୍ରେସ ସରକାର ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରୋଧ ଆଇନ୍‍ ଉପରେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ପ୍ରଦର୍ଶନ ବେଳେ ଦଳିତଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି ଯେ ବିଏସ୍‍ପି ଅଧ୍ୟକ୍ଷା ମାୟାବତୀଙ୍କ ଚାପରେ କଂଗ୍ରେସର କମଳନାଥ ସରକାର ଏହି ନିଷ୍ପତି ନେଇଛନ୍ତି। ମଧ୍ୟପ୍ରଦେଶରେ ଦଳିତଙ୍କ ଉପରୁ ମାମାଲା ପ୍ରତ୍ୟାହାର ନହେଲେ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବାକୁ ମାୟାବତୀ ଧମକ ଦେଇଥିଲେ। ଏହି ଧମକର ଗୋଟିଏ ଦିନ ପରେ ମଧ୍ୟପ୍ରଦେଶ ସରକାର ଦଳିତଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ଏହାସହ ଦଳିତଙ୍କ ବିରୋଧରେ ଗତ ୧୫ ବର୍ଷ ମଧ୍ୟରେ ରୁଜୁ ହୋଇଥିବା ଏଭଳି ଅନ୍ୟ କେତେକ ମାମଲା ପ୍ରତ୍ୟାହାର କରାଯିବ ବୋଲି ସୂଚନା ଦିଆଯାଇଛି। ମଧ୍ୟପ୍ରଦେଶ ଆଇନ ମନ୍ତ୍ରୀ ପିସି ଶର୍ମା କହିଛନ୍ତି ଯେ ଏସ୍‍ସି/ଏସ୍‍ଟି ଆଇନ୍‍ ୧୯୮୯କୁ ନେଇ ୨୦୧୮ ଏପ୍ରିଲ ୨ରେ ଭାରତ ବନ୍ଦ ବେଳେ ରୁଜୁ ହୋଇଥିବା ସମସ୍ତ ମାମଲା ସହ ଗତ ୧୫ ବର୍ଷ ମଧ୍ୟରେ ଏଭଳି ରୁଜୁ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରାଯିବ।
ପ୍ରକାଶଯୋଗ୍ୟ ଯେ ୨୦୧୮ ଏପ୍ରିଲ ୨ ଭାରତ ବନ୍ଦ ସମୟରେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ରୁଜୁ ହୋଇଥିବା ମାମଲାଗୁଡ଼ିକ ସରକାର ନଉଠାଇଲେ ବହୁଜନ ସମାଜ ପାର୍ଟି (ବିଏସ୍‍ପି) ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବ ବୋଲି ମାୟାବତୀ ଗତ ସୋମବାର ଧମକ ଦେଇଥିଲେ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories