www.samajalive.in
Saturday, December 13, 2025
21.1 C
Bhubaneswar

ମୋଦୀଙ୍କ ମସ୍କୋ ଗସ୍ତକୁ କାହିଁକି ଉତ୍ସାହର ସହ ଅପେକ୍ଷା କରିଛି ଋଷ

ନୂଆଦିଲ୍ଲୀ: ସୋମବାର ଦୁଇ ଦିନିଆ ଋଷ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ମୋଦୀଙ୍କ ଜୁଲାଇ ୮ ଓ ୯ରେ ମସ୍କୋ ଗସ୍ତ ବେଶ ଗୁରୁତ୍ୱବହନ କରୁଛି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ମୋଦୀଙ୍କ ଗସ୍ତକୁ ବହୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ୨୨ତମ ଭାରତ-ଋଷ ବାର୍ଷିକ ଶିଖର ସମ୍ମଳନୀ ଆୟୋଜନ କରୁଥିବାରୁ ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦିନିଆ ଋଷ ଗସ୍ତ କରିବେ । କୁହାଯାଉଛି ଯେ ପ୍ରଧାନମନ୍ତ୍ରୀଙ୍କ ମସ୍କୋ ଗସ୍ତ ଋଷ ପାଇଁ ଏକ ବଡ ସୁଯୋଗ । ଆମେରିକା ସମେତ ପଶ୍ଚିମ ଦେଶ ଗୁଡିକ ଋଷକୁ ପୃଥକ କରିବାକୁ ପ୍ରୟାସ କରୁଛନ୍ତି । ଏଭଳି ପରିସ୍ଥିତିରେ ମୋଦୀଙ୍କ ଗସ୍ତ ମାଧ୍ୟମରେ ଋଷ ପଶ୍ଚିମ ଦେଶଗୁଡିକୁ ଆହୁରି ପରିହାସ କରିପାରେ ଯେ ସେ ଏକାକୀ ନୁହେଁ । ୟୁକ୍ରେନରେ ଯୁଦ୍ଧ ସତ୍ତେ୍ୱ ବିଶ୍ୱର ଅନେକ ଦେଶ ଋଷ ସହ ଛିଡା ହୋଇଛନ୍ତି ବୋଲି ଋଷ ପ୍ରମାଣ କରିବାକୁ ଚାହୁଁଛି । ମୋଦୀଙ୍କ ଏହି ଗସ୍ତ ସହିତ ଋଷ ପଶ୍ଚିମ ଦେଶର ଯୋଜନାକୁ ପାଣି ଫୋଟକା ପରି ନଷ୍ଟ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ଏହି ଗସ୍ତ ସମୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମୋଦୀ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିପାରନ୍ତି । ଉଭୟ ନେତାଙ୍କ ପାଇଁ ଏହି ସାକ୍ଷାତ ଗୁରୁତ୍ୱପୂର୍ଣ୍ଣ । ୨୦୨୨ରେ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ପଶ୍ଚିମ ଦେଶ ଗୁଡିକ ଋଷ ଉପରେ ଅନେକ କଟକଣା ଲାଗୁ କରିଥିଲେ । ଏହାସତ୍ୱେ ଭାରତ ଋଷକୁ ସମର୍ଥନ କରିଥିଲା ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories