www.samajalive.in
Monday, December 8, 2025
16.1 C
Bhubaneswar

ପାଟଣାର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ

୫୦ ବର୍ଷରେ ଓରାଳି ରଥ ଯାତ୍ରା: କେନ୍ଦୁଝର ଜିଲ୍ଲାର ଅତିହ୍ୟ ଓ ସଂସ୍କୃତି ସଂପନ୍ନ ହାଟଡିହି ବ୍ଲକ ଓରାଳି ଗ୍ରାମରେ ୧୯୭୫ ମସିହାରେ ଆରମ୍ଭ ହୋଇଥିବା ଓରାଳି ରଥ ଯାତ୍ରା ଅନିବାର୍ଯ୍ୟ କାରଣ ବଶତଃ କିଛି ବର୍ଷ ବନ୍ଦ ରହିବା ପରେ ୫୦ତମ ବର୍ଷରେ ରଥ ଯାତ୍ରା ଧୁମଧାମରେ ଅନୁଷ୍ଠିତ ହୋଇଛି। ଅଞ୍ଚଳର ପାଖାପାଖି ୭ରୁ ୮ ହଜାର ଶ୍ରଦ୍ଧାଳୁଙ୍କର ଏଠାରେ ସମାବେଶ ହୋଇଥିଲା। ଅପରାହ୍ନ ୩ଟା ପରେ ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିରରୁ ପହଣ୍ଡି ବିଜେ କରାଯାଇ ରଥକୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଭଜନ କୀର୍ତ୍ତନ ନାମ ସଙ୍କୀର୍ତ୍ତନ ମଧ୍ୟରେ ଅଣାଯାଇ ରଥାରୂଢ଼ କରାଯାଇଥିଲା। ଠାକୁର ସେବକ ନୃସିଂହ ନାଥ ସିଂହ ଛେରା ପହଁରା କରିଥିଲେ। ରଥ ଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲ।

୩୪୭ ବର୍ଷର ରାଜନଗର ରଥଯାତ୍ରାରେ ରଥ ଦାଣ୍ଡ ଜନ ସମୁଦ୍ର: ପାଟଣା ବ୍ଲକ ଅନ୍ତର୍ଗତ ରାଜନଗରର ପ୍ରାଚୀନ ଦଧିବାମନ ଜୀଉଙ୍କ ଘୋଷ ଯାତ୍ରା ୩୪୭ ବର୍ଷରେ ପଦାର୍ପଣ କରିଥିବା ବେଳେ ଆଜି ଘୋଷଯାତ୍ରା ଦେଖିବାକୁ ଓ ରଥ ଟାଣିବାକୁ ପ୍ରତିକୂଳ ପାଣିପାଗ ସତ୍ତ୍ୱେ ରାଜନଗର ରଥ ଦାଣ୍ଡ ଜନ ସମୁଦ୍ରର ଭ୍ରମ ସୃଷ୍ଟି କରିଥିଲା। ଅନ୍ୟୁନ ୩୫ ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଏଠାକାର ପରିବେଶକୁ ଆଧ୍ୟାତ୍ମିକମୟ କରିଦେଇଥିଲା। ଏଠାରେ ପରିଚ୍ଛା ଦୂର୍ଯୋଧନ ମିଶ୍ର ଛେରା ପହଁରା କରିଥିଲେ। ମାଜିଷ୍ଟ୍ରେଟ ଦାୟିତ୍ଵରେ ପାଟଣା ତହସିଲଦାର ଲୀଳାବତୀ ନାଏକଙ୍କ ଉପସ୍ଥିତିରେ ତୁରୁମୁଙ୍ଗା ପୁଲିସ, ଡ୍ରାଇଭର ମହାସଂଘ ଏଠାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲା। ଅପରାହ୍ନ ୫ଟାରୁ ଆରମ୍ଭ ହୋଇଥିବା ଏହି ରଥଯାତ୍ରାରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଓ ପୂର୍ବତନ ବିଧାୟକ ଜଗନ୍ନାଥ ନାଏକଙ୍କ ସହ ସ୍ଥାନୀୟ ସରପଞ୍ଚ ସୁଧାଂଶୁ ନାଏକ ପ୍ରମୁଖ ସାମିଲ ରହିଥିବା ଦେଖିବାକୁ ମିଳିଥିଲା। ୧୬୭୬ ମସିହାରେ ରାଜନଗରରେ କେନ୍ଦୁଝର ରାଜା ଲକ୍ଷ୍ମୀନାରାୟଣ ଭଞ୍ଜଙ୍କ ଦ୍ଵାରା ସ୍ଥାପିତ ଦଧିବାମନ ଜୀଉଙ୍କ ରଥଯାତ୍ରା ପ୍ରତିବର୍ଷ ହୋଇ ଆସୁଥିବା ବେଳେ ଅତୀତରେ ଥରକ ପାଇଁ ବୈତରଣୀ ବନ୍ୟାଜଳ ରଥ ଭସାଇ ନେବାରୁ ରଥଯାତ୍ରାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଏହା ଛଡ଼ା ମାଛଗଡ଼, ଉଦୟପୁର, ଖୀରେଇଟାଙ୍ଗିରୀ, ପ୍ରଧାନପଡ଼ା, ସରାସକୋଲା, ଟାଙ୍ଗରପଡା, ଦାମାହୁଦା , କୁଣ୍ଡଳା, ଡୁମୁରିଆ ଓ ପିପିଳିଆ ଆଦି ଗ୍ରାମରେ ମଧ୍ୟ ଆଜି ଘୋଷ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

- Advertisement -

ଢେଙ୍କିକୋଟରେ ରଥ ଯାତ୍ରା: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଠାରେ ରଥ ଯାତ୍ରା ଆଜି ପାଳିତ ହୋଇଯାଇଛି। ମନ୍ଦିରରେ ତିନି ଠାକୁରଙ୍କ ଯଥା ବିଧି ରୀତିନିତି ଅନୁଯାୟୀ ପୂଜକ ମାନସ କୁମାର ପତି ଓ ସହଯୋଗୀ ଓମ ପ୍ରକାଶ ଶତପଥୀଙ୍କ ଦ୍ଵାରା ସଂକଳ୍ପଧାରୀ ରାମଚନ୍ଦ୍ର ସାହୁ ଛେରା ପହଁରା କରିଥିଲେ। ଅପରାହ୍ନ ୪ଟାରେ ପୂଜା କାର୍ଯ୍ୟ ଶେଷ ହୋଇ ଥିବାବେଳେ ୫ଟା ବେଳେ ରଥ ଟଣା ହୋଇ ସାଢେ ୭ଟା ପରେ ଦଳେଇ ସାହି ସ୍ଥିତ ମାଉସୀ ମା ମନ୍ଦିର ସମ୍ମୁଖରେ ତିନି ଠାକୁର ପହଞ୍ଚିଛନ୍ତି। ଆଜି ଠାକୁର ରଥରୁ ଓହ୍ଲାଇବେ। ରଥ ଯାତ୍ରାରେ ୩୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି।

ମଲ୍ଲିପଶିରେ ଘୋଷଯାତ୍ରା: କେନ୍ଦୁଝରର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲୀପଶି ଠାରେ ତିନୋଟି ରଥରେ ତିନିଠାକୁର ବିରାଜମାନ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମଲ୍ଲିପଶି ଠାରେ ଆୟୋଜିତ ରଥଯାତ୍ରାରେ ୧୫ରୁ ୨୦ ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ତିନି ଠାକୁରଙ୍କ ଛେରାପହଁରା ଠାକୁର ରାଜା ରବୀନ୍ଦ୍ର ନାରାୟଣ ସିଂହଙ୍କ ଦ୍ଵାରା ନୀତିକାର୍ଯ୍ୟ ସମ୍ପାଦନା ହୋଇଥିବା ବେଳେ ପଣ୍ଡିତ କୁଳମଣୀ ଷଡ଼ଙ୍ଗୀ ଓ ପଣ୍ଡିତ କ୍ଷୀରୋଦ ଚନ୍ଦ୍ର ମିଶ୍ରଙ୍କ ସହ ଅନ୍ୟ ପଣ୍ଡିତ ମାନେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ।ମଲ୍ଲୀପଶି ଠାରେ ହେଉଥିବା ରଥଯାତ୍ରା ପୁରୀ ଶଙ୍କରାଚାର୍ଯ୍ୟଙ୍କ ଆଜ୍ଞା ନିର୍ଦେଶରେ ରଥଯାତ୍ରା ପ୍ରତିବର୍ଷ ହେଉଛି। ଏହି ରଥଯାତ୍ରା କୁ ଆଞ୍ଚଳିକ ରଥଯାତ୍ରା କମିଟି ଓ ଆଦିତ୍ୟବାହିନୀ ଏବଂ ଆନନ୍ଦ ବାହିନୀ ଦ୍ୱାରା ରଥଯାତ୍ରା ଅନୁଷ୍ଠିତ ହେଉଛି। ଏଠାରେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନେ ଟାଣିଥାନ୍ତି।

ଧୋବାପିଟଣାରେ ରଥଯାତ୍ରା: ଶ୍ରୀ ଜଗନ୍ନାଥ ରଥଯାତ୍ରା କମିଟି ତରଫରୁ ଧୋବାପିଟଣା ଠାରେ ପବିତ୍ର ରଥଯାତ୍ରା ଶାନ୍ତି ଶୃଙ୍ଖଳା ସହିତ ବହୁ ଆଡମ୍ବର ପୁର୍ଣ୍ଣ ଭାବେ ହଜାର ହଜାର ଭକ୍ତଙ୍କ ସମାଗମରେ ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ଟଣା କାର୍ଯ୍ୟକ୍ରମ ହୋଇଥଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories