ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ତଥା ବିଶ୍ୱନାଥ ପୁର ବନାଞ୍ଚଳ ଅନ୍ତର୍ଗତ ଲାଞ୍ଜିଗଡ ସେକ୍ସନ କଂସାରୀଠାରେ ୭୫ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଜୁଲାଇ ୧ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଏହି ବନ ମହୋତ୍ସବ ପାଳନ କରିବା ପାଇଁ ବନ ବିଭାଗ ପକ୍ଷରୁ ତାରିଖ ଧାର୍ଯ୍ୟ ରହିଥିବା ବେଳେ ଶେଷ ଦିବସରେ ଲାଞ୍ଜିଗଡ ସେକ୍ସନର ବନପାଳ ଚିନ୍ତାମଣି ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ମହୋତ୍ସବରେ ବସନ୍ତପଡା ନାଏବ ସରପଞ୍ଚ ବିଲାସିନୀ ସୁନା, ଲାଞ୍ଜିଗଡ ସେକ୍ସନର ବନରକ୍ଷୀ ଗିରିଧାରୀ ଗଉଡ଼, ଆମ ଜଙ୍ଗଲ ଯୋଜନା ଟିମ ଲିଡ଼ର ଅମିୟ ତ୍ରିପାଠୀ ଓ ନିରାକାର ଦାସ, ଡିଓ ତୁଳାରାମ ନିଆଲ, ଡିଓ ଉଦିତ ନାଏକ, ଡିଓ ସନ୍ତୋଷ ମାଝୀ, ମାର୍କୋ ବାତ୍ରା, କ୍ରିଷ୍ଣ ନାଏକ, ତ୍ରିଲୋଚନ ସାହୁ, ସାଣ୍ଡରୁ ମାଝୀ, ଡିଲେସ ପ୍ରାଧାନୀ ସମେତ କଂସାରୀ ଗ୍ରାମର ପୁରୁଷ ଓ ମହିଳା ମାନେ ଉପସ୍ଥିତ ରହି ଏହି ବନ ମହୋତ୍ସବକୁ ସଫଳ କରାଇଥିଲେ। ଏହି ଅବସରରେ ଲାଞ୍ଜିଗଡ ସେକ୍ସନ ବାତେଲୀମା ବିଟ ନିୟମଗିରି ଆରଏଫ କଂସାରୀ ଜଙ୍ଗଲରେ ୫ ହେକ୍ଟର ଜମିରେ ୮ ହଜାର ବିଭିନ୍ନ କିସମର ବୃକ୍ଷରୋପଣ କରାଯାଇଥିଲା।
Popular Categories



