www.samajalive.in
Saturday, December 6, 2025
26.1 C
Bhubaneswar

ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟସେବା ଶିବିର

ପିପିଲି: ପବିତ୍ର ରଥଯାତ୍ରା ଉପଲକ୍ଷେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ରତ୍ନାଚିରା’ ପକ୍ଷରୁ ସାତଶଙ୍ଖ ଠାରେ ଆୟୋଜିତ ମାଗଣା ସ୍ୱାସ୍ଥ୍ୟସେବା ଶିବିରକୁ ରବିବାର ପୂର୍ବାହ୍ନରେ ସମାଜସେବୀ ଦାମୋଦର ମିଶ୍ର ଉଦ୍‌ଘାଟନ କରିଥିଲେ। ଭୁବନେଶ୍ୱରସ୍ଥିତ ନେତାଜୀ ସ୍କୁଲ ଓ କଲେଜ ଅଫ୍‌ ନର୍ସିଂର ମିଳିତ ସହଯୋଗରେ ଆୟୋଜିତ ଏହି ସ୍ୱାସ୍ଥ୍ୟସେବା ଶିବିର ରଥଯାତ୍ରା, ବାହୁଡାଯାତ୍ରା ଓ ସୁନାବେଶ ଆଦି ୩ଦିନ ଧରି ଅନୁଷ୍ଠିତ ହେବ ବୋଲି ‘ରତ୍ନାଚିରା’ ଅନୁଷ୍ଠାନର ସଂପାଦକ ଦେବଦତ୍ତ ମିଶ୍ର, ସହସଂପାଦକ କିଶୋର ଚନ୍ଦ୍ର ପରିଡା, ମୁଖ୍ୟ ସଂଯୋଜକ ରମେଶ ଚନ୍ଦ୍ର ବାରିକ, ଉପସଭାପତି ପୀତବାସ ପରିଡା ଏବଂ ନେତାଜୀ ସ୍କୁଲ ଓ କଲେଜ ଅଫ୍‌ ନର୍ସିଂ ର ମୁଖ୍ୟ ପରିଚାଳକ ବିଜନ କୁମାର ଜେନା ସୂଚନା ଦେଇଛନ୍ତି । ଏହି ଶିବିରରେ ସ୍ୱେଚ୍ଛାସେବୀ ପ୍ରିୟଦର୍ଶିନୀ ଦାସ, ଜ୍ୟୋସ୍ନାରାଣୀ ଦାସଙ୍କ ସମେତ ନେତାଜୀ ସ୍କୁଲ ଓ କଲେଜ ଅଫ୍‌ ନର୍ସିଂର ଅଭିଜ୍ଞ ନର୍ସମାନଙ୍କ ଦ୍ୱାରା ପୁରୀଗାମୀ ପଥଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେବାକାର୍ଯ୍ୟ କରାଯାଉଥିବା ସୂଚନା ମିଳିଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories