www.samajalive.in
Saturday, December 6, 2025
26.1 C
Bhubaneswar

ଗୁଣାର୍ଣ୍ଣବ କ୍ଷେତ୍ର ଗୁଣୁପୁରରେ ତଲାରୀ ଯାତ୍ରା, ୨୦ ହଜାର ଭକ୍ତଙ୍କ ସମାଗମ

ଗୁଣୁପୁର: ସମଗ୍ର ଦକ୍ଷିଣ ଓଡ଼ିଶାର ସବୁଠାରୁ ବଡ଼ ରଥଯାତ୍ରା ହେଉଛି ରାୟଗଡା ଜିଲ୍ଲା ଗୁଣୁପୁରର ତଲାରୀ ଯାତ୍ରା ବା ରଥଯାତ୍ରା। ମୁଖ୍ୟ ପୂଜକ ମନୋଜ ପାଢ଼ୀଙ୍କ ତତ୍ତ୍ୱାବଧାନରେ ରାଜ ପୁରୋହିତଙ୍କ ସହଯୋଗରେ ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତି ସୁଚାରୁ ରୂପେ ସମ୍ପାଦନ କରାଯାଇଥିଲା। ଧାଡ଼ି ପହଣ୍ଡିରେ ପ୍ରଥମେ ହଳାୟୁଧ ବଡଭାଇ ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପହଣ୍ଡି ପରେ ମହାପ୍ରଭୁଙ୍କ ପହଣ୍ଡି ବିଜେ କରାଯାଇ ଚତୁର୍ଦ୍ଧା ବିଗ୍ରହଙ୍କୁ ରଥାରୂଢ କରାଯାଇଥିଲା। ଘଣ୍ଟ ଘଣ୍ଟା, ନାମ ସଂକୀର୍ତ୍ତନର ତାଳେ ତାଳେ ଶ୍ରୀଜୀଉମାନଙ୍କର ପହଣ୍ଡି ବିଜେ ସମୟରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା। ଅପରାହ୍ଣରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ବଡ ରଥକୁ ସର୍ବସାଧାରଣ ଟାଣି ନେଇଥିବା ବେଳେ ସାନ ରଥକୁ ମହିଳା ମାନେ ଟାଣିଥିଲେ। ଗୁଣୁପୁର କଟିକା ସାହି ଓ ପୁରୁଣା ଗୁଣୁପୁରର ବ୍ରାହ୍ମଣ ସାହି ସେବାୟତମାନେ ବିଭିନ୍ନ ସେବାରେ ନିୟୋଜିତ ଥିଲେ।

ଚଳିତ ବର୍ଷ ଗୁଣାର୍ଣ୍ଣବ କ୍ଷେତ୍ର ଗୁଣୁପୁରରେ ଭଳିକି ଭଳି ତଲାରୀ ବିକ୍ରି ପାଇଁ ଆସିଥିବା ବେଳେ ଅନେକ କୃଷିଜୀବୀ, ଗୋପାଳ, ପଶୁପାଳକ ମାନେ ଶ୍ରଦ୍ଧାରେ କିଣି ନେଉଥିବା ଦେଖିବାକୁ ମିଳିଛି। ମିନା ବଜାର, ଭଳିକି ଭଳି ଦୋକାନ ବଜାର ଏହି ଯାତ୍ରାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଗବେଷକ ଡ଼ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ଅନ୍ୟ କଥାକାରଙ୍କ ଦ୍ଵାରା ଧାରାବିବରଣୀ ପ୍ରଦାନ କରାଯାଇଥିଲା। ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ବ୍ଲକ୍ ଅଧ୍ୟକ୍ଷା ଝିଲି ଶବର, ଉପାଧ୍ୟକ୍ଷ ସୁଦର୍ଶନ ଶବରଙ୍କ ସମେତ ଉପଖଣ୍ଡ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories