www.samajalive.in
Saturday, December 6, 2025
16.1 C
Bhubaneswar

ମହାସମାରୋହରେ ରଥଯାତ୍ରା ସମ୍ପନ୍ନ

ଭବାନୀପାଟଣା: ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ଏଠାରେ ମହା ସମାରୋହ ତଥା ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ପାଳିତ ହୋଇଛି। ସକାଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଏବଂ ବାଲାଜୀ ମନ୍ଦିରରେ ରଥ ପ୍ରତିଷ୍ଠା ପରେ ନେତ୍ରୋତ୍ସବ ଏବଂ ନବଯୌବନ ଦର୍ଶନ ପର୍ବ ବିଧି ମତେ ଅନୁଷ୍ଠିତ ହେଇଥିଲା। ପରେ ସେବାୟତ ମାନେ ବୈଦିକ ରୀତିରେ ପୂଜାର୍ଚ୍ଚନା କରିବା ପରେ ଜଗନ୍ନାଥ ମନ୍ଦିର ରଥରେ କଳାହାଣ୍ଡି ରାଜା ଅନନ୍ତ ପ୍ରତାପ ଦେଓ ଛେରା ପହଁରା କରିଥିଲେ। ପରେ ପରେ ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହେବାପରେ ଘଣ୍ଟ ଶଙ୍ଖ ହୁଳହୁଳି ଏବଂ ଭକ୍ତ ମାନଂକ ହରିବୋଲ ଧ୍ଵନୀ ମଧ୍ୟରେ ରଥଟଣା ଆରମ୍ଭ ହେଇଥିଲା। ଜଗନ୍ନାଥ ମନ୍ଦିରର ରଥ ମାଣିକେଶ୍ଵରୀ ମନ୍ଦିର ନିକଟରେ ରହିବେ। ପରମ୍ପରା ଅନୁଯାୟୀ ଆଜି ତିନି ଠାକୁରଙ୍କୁ ମାଉସୀମା ମନ୍ଦିରକୁ ନିଆଯିବ। ସେହିଭଳି ବାଲାଜୀ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବିଧିମତେ ପୂଜାର୍ଚ୍ଚନା ପରେ ରାଜପରିବାର ସଦସ୍ୟ ଭାରତ ଦେଓ ଛେରା ପହଁରା କରିଥିଲେ। ଏଠାରେ ଅପରାହ୍ନ ୬ଟାରେ ରଥଟଣା ଆରମ୍ଭ ହେଇ ରାତି ୮ଟା ସୁଦ୍ଧା ଜେଲଖାନା ଛକ ନିକଟ ମାଉସୀ ମା ମନ୍ଦିର ନିକଟରେ ପହଞ୍ଚିଥିଲେ। ସହରରେ ଦୁଇ ପ୍ରମୁଖ ରଥ ସହିତ ପୁରୁଣା ପଡ଼ା, ଇରିଗେଶନ କଲୋନୀ, ରାମ ସାଗର ପଡ଼ା, ଅର୍କା ବାହିଲି ପଡ଼ା, ମଦନ ମୋହନ ପଡ଼ା ପ୍ରଭୃତି ସ୍ଥାନରେ ମଧ୍ୟ ଭାବ ଭକ୍ତି, ହର୍ଷ ଉଲ୍ଲାସ ମଧ୍ୟରେ ରଥଯାତ୍ରା ପାଳିତ ହୋଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories