ଲକ୍ଷ୍ମୀପୁରରେ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁରରେ ଶାନ୍ତି ଶୃଙ୍ଖଳାର ସହିତ ଶ୍ରୀ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳୁ ଠାକୁର ମାନଙ୍କ ମଙ୍ଗଳ ଆଳତୀ ଠାରୁ ଆରମ୍ଭ କରି ମଇଲମ, ସୁର୍ଯ୍ୟ ପୂଜା ସହିତ ସମସ୍ତ ନୀତି ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଥିଲା ପହଣ୍ଡି। ପରେ ତହସିଲଦାର ନୈବେଦ୍ୟ କୁମାର ଭୋଇ ରଥ ଉପରେ ଛେରା ପହଁରା କରିଥିଲେ। ବର୍ଷ ତମାମ ଠାକୁରଙ୍କ ସେବା କରୁଥିବା ଏବଂ ରଥ ନିର୍ମାଣ କାର୍ଯ୍ୟ କରିଥିବା ବିଶ୍ବକର୍ମା ମହାରଣା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପରେ ଆରମ୍ଭ ହୋଇଥିଲା ରଥ ଟଣା। ପୁରପଲ୍ଲୀରୁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା। ସମ୍ମୁଖରେ ସଂକୀର୍ତ୍ତନ ମଣ୍ଡଳୀ ହରିନାମ ଗାନକରି ଯାଉଥିଲେ। ରାସ୍ତାରେ ଗଲାବେଳେ ବିଭିନ୍ନ ସ୍ଥାନରେ ପ୍ରଭୂଙ୍କୁ ଭକ୍ତ ମାନେ ଭୋଗ ଅର୍ପଣ କରିଥିଲେ। ଧନେଶ୍ଵର ରାଉତ ଡାହୁକ କାର୍ଯ୍ୟ ନିର୍ବାହ କରିଥିଲେ। ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ଯବସ୍ଥା କରାଯାଇଥିଲା। ନିର୍ଦ୍ଧାରିତ ସମୟରେ ରଥ ମାଉସୀ ମା ମନ୍ଦିରରେ ପହଞ୍ଚିଥିଲା। ଶାନ୍ତି ଶୃଙ୍ଖଳା ପାଇଁ ଥାନା ଅଧିକାରୀ ସାହୁଙ୍କ ନେତୃତ୍ବରେ ଏସଆଇ ମାନସ ରଞ୍ଜନ ପ୍ରଧାନ, ଥାନା ପୁଲିସ ,ଓଡିଶା ଆରକ୍ଷୀ ସିପାହୀ, ଓଏମସି ସିକୁରୀଟିଙ୍କୁ ଶାନ୍ତି ଶୃଙ୍ଖଳା ପାଇଁ ମୂତୟନ କରାଯାଇଥିଲା। ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା।

Comments are closed.