www.samajalive.in
Wednesday, December 10, 2025
15.1 C
Bhubaneswar

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ

ବୁର୍ଲା: ଶିଶୁ ମାନଙ୍କ ପାଇଁ କାର୍ଯ୍ୟ କରିଆସୁଥିବା ବୁର୍ଲାର ଆଲୋକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ମନୋଜ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଯତୀନ୍ଦ୍ର ମୋହନ ପଣ୍ଡା, ଅବସର ପ୍ରାପ୍ତ ଶିକ୍ଷକ ହିମାଂଶୁ ଶେଖର ଠାକୁର ଓ  ବୁର୍ଲା ସମାଜର ପ୍ରତିନିଧି ପ୍ରଣବା ନନ୍ଦ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗୋପବନ୍ଧୁ ଦାସଙ୍କ ଜୀବନୀ ବିଷୟରେ ଆଲୋଚନା କରି ତାଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଶିଶୁମାନଙ୍କୁ ଉତ୍ସlହିତ କରିଥିଲେ। ଏହା କିଭଳି ଭାବରେ ମୌଡ଼ମଣି ଗୋପବନ୍ଧୁ ସେବାକୁ ନିଜକୁ ବ୍ରତ କରି ନିଜର ଜୀବନକୁ ଉତ୍ସର୍ଗୀକୃତ କରିଥିଲେ ଏହା ଉପରେ ଆଲୋକପାତ କରିଥିଲେ। ଏହା ସହିତ କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ଯେ କୌଣସି ମାଧ୍ୟମରେ ସେବା କରିବା ପାଇଁ ପରାମର୍ଶ ଦେଇଥିଲେ। ବରିଷ୍ଠ ଶିକ୍ଷକ ଶ୍ରୀ ଠାକୁର ଏବଂ କିପରି ଭାବରେ ସେବା କରି ଗୋପବନ୍ଧୁ ଉତ୍କଳର ମଣି ହେବାର ସୌଭାଗ୍ୟ ଲାଭ କରିଥିଲେ, ଏହା ଉପରେ ବରିଷ୍ଠ ଶିକ୍ଷକ ଶ୍ରୀ ପଣ୍ଡା ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ। ସାମ୍ବାଦିକ ଶ୍ରୀ ପଣ୍ଡା କିଭଳି ଭାବରେ ଝଡ଼ଝଂଜା ମଧ୍ୟରେ ପୁଣ୍ୟାତ୍ମା ଗୋପବନ୍ଧୁ ଦାସ ସମାଜ ଭଳି ଏକ ଖବର କାଗଜ ପ୍ରତିଷ୍ଠା କରି ଗଣମାଧ୍ୟମକୁ ଏକ ନୂତନ ଦିଗ ପ୍ରଦାନ କରିଥିଲେ ସେ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିଲେ।
ଅନୁଷ୍ଠାନର ଶିଶୁ ସ୍ନେହା ଓରାମ, ହେତଲ କୁମ୍ଭାର, ପ୍ରିୟରଞ୍ଜନ ଅଣ୍ଡିଲ, ଅମନ ପାଢ଼ୀ, ପ୍ରତ୍ୟୁଷ ଓରାମ,  ରଶ୍ମିତା ଓରାମ ପ୍ରମୁଖ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ଛାତ୍ର ତଥା ଓରାମ ପଡାର ଶିଶୁ ପ୍ରିୟା ଓରାମ ନିଜସ୍ୱ ପ୍ରଚେଷ୍ଟାରେ ଗୋପବନ୍ଧୁ ଦାସଙ୍କ ଚିତ୍ର ଅଙ୍କନ କରିଥିଲେ ଯାହାକୁ ଅତିଥିମାନେ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନୀ ବିଷୟରେ ଆଲୋଚନା ଚକ୍ର ଓ ପ୍ରତିଯୋଗିତା ଆୟୋଜନ କରାଯିବ ବୋଲି ସମ୍ପାଦକ ମନୋଜ କୁମାର ସାହୁ ସୂଚନା ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories