ଗୌରାଙ୍ଗ ଚରଣ ରାଉତଙ୍କୁ ବିଶ୍ଵମଣି ପଣ୍ଡିତ ଗୋପବନ୍ଧୁ ସ୍ମୃତି ସମ୍ମାନ

କଳାପଥର (ବାଙ୍କୀ): ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ପଂଚାୟତର ପଥୁରୀପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଙ୍କୀ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ପୁଣ୍ୟଶ୍ଲୋକ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି କବି ସୁନୀଲ ମିଶ୍ର କର୍ତ୍ତା ରୂପେ ଶ୍ରାଦ୍ଧ, ତିଳତର୍ପଣ ଆଦି କାର୍ଯ୍ୟ ସମ୍ପାଦନ କରିଥିଲେ। ବ୍ରାହ୍ମଣ ପଣ୍ଡିତ ନୃସିଂହ ଚରଣ ଦାଶ ଶ୍ରାଦ୍ଧ ହୋମ କର୍ମ ଆଦି ସମ୍ପାଦନ କରିଥିଲେ। ଏହି ଅବସରରେ ସମାଜସେବୀ ଗୌରାଙ୍ଗ ଚରଣ ରାଉତଙ୍କୁ ‘ବିଶ୍ଵମଣି ପଣ୍ଡିତ ଗୋପବନ୍ଧୁ ସ୍ମୃତି ସମ୍ମାନ’ରେ ମୁଖ୍ୟ ଅତିଥି ବରପୁଟ ଗ୍ରାମ ପଞ୍ଚାୟତର ସରପଞ୍ଚ ପଣ୍ଡିତ ଅଶୋକ କୁମାର ମିଶ୍ର ମାନପତ୍ର ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ମାନିତ ଅତିଥି ରୂପେ କେନ୍ଦୁପଲ୍ଲୀ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ ସୁବୁଦ୍ଧି, କବି କୌଶିକ ନାୟକ, ରବି ନାରାୟଣ ମଙ୍ଗରାଜ, ନବ କିଶୋର ମହାରଣା, ସୁରେଶ୍ଵର ବେହେରା ସମାଜସେବୀ ଧନେଶ୍ଵର ବଳିଆର ସିଂହ, ଦିଲ୍ଲୀପ କୁମାର ମହାପାତ୍ର, ରଞ୍ଜିତ ତ୍ରିପାଠୀ, ତ୍ରିଲୋଚନ ଦାସ, ସିଆରସିସି ପ୍ରଫୁଲ୍ଲ ମହାପାତ୍ର ଯୋଗ ଦେଇ ଗୋପବନ୍ଧୁ ଦାସଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଦାନନ୍ଦ ସାହୁ, ଶିକ୍ଷକ ଚିନ୍ମୟ ପଣ୍ଡା, ସୁଶାନ୍ତ ଦଳେଇ, ଉମାମଣି ମହାପାତ୍ର, ବିଜୟ ମହାନ୍ତି, ବୁଧେଶ୍ୱର୍ ସ୍ବାଇଁ, ବିନୋଦ ବିହାରୀ ସ୍ବାଇଁ ସରୋଜିନୀ ଦେଇ, ପ୍ରଭାତୀ ତ୍ରିପାଠୀ, ସୌଭାଗିନି ନନ୍ଦ, ସୁଷମା ସୁନ୍ଦରୀ ଦେବୀ ପ୍ରମୁଖ ସହଯୋଗ କରିଥିଲେ। ସଭାପତି ଶ୍ରୀ ମିଶ୍ର ଗୋପବନ୍ଧୁ ଦାସ କେବଳ ଉତ୍କଳର ମଣି ନ ଥିଲେ ସେ ଥିଲେ ବିଶ୍ଵର ମଣି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଅନୁଷ୍ଠାନର ସଂଯୋଜକ ପ୍ରାଧ୍ୟାପକ ମନୋଜ ମହାପାତ୍ର ଧନ୍ୟବାଦ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

Comments are closed.