ଆଧାର କାର୍ଡ ପାଇଁ ଏମିତି ପୋଜ୍ ଦେଲେ କୁନି ଝିଅ, ହୃଦୟ ଜିତିଲା ଭିଡିଓ

ନୂଆଦିଲ୍ଲୀ : ଆଧାର କାର୍ଡ ପାଇଁ ଭଲ ଫଟୋ ଉଠାଇବା ସମସ୍ତଙ୍କ ପକ୍ଷେ ସହଜ ନୁହେଁ । ଯେତେ ଚେଷ୍ଟା କଲେ ମଧ୍ୟ ଆଧାର କାର୍ଡରେ ଫଟୋ ଭଲ ଆସେନି । କିନ୍ତୁ ସାମାଜିକ ଗଣମାଧ୍ୟମରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ କୁନି ପିଲା ଏହି କମାଲ କରିଦେଉଛି । ସେ ଆଧାର କାର୍ଡ ପାଇଁ ଫଟୋ ଉଠାଇବା ନିମନ୍ତେ ଆଧାର କେନ୍ଦ୍ର ଯାଇଛି  । ପିଲାଟି ଆଧାର କାର୍ଡ ପାଇଁ ଭଲ ଫଟୋ ପାଇଁ ପୋଜ୍ ଦେଉଛି । ଏହି ପିଲାଟିର ନାଁ ଗୁନଗୁନ୍ । ଭିଡିଓଟି ଭାଇରାଲ ହେଉଛି ଏବଂ ସମସ୍ତଙ୍କୁ ବେଶ୍ ପସନ୍ଦ ଆସୁଛି ।

 

View this post on Instagram

 

A post shared by BabyNaysha (@gungun_and_mom)

ପିଲାଟିର ମା’ ସାମାଜିକ ଗଣମାଧ୍ୟମରେ ଏହି ଭିଡିଓକୁ ସେୟାର କରିଛନ୍ତି । ଏଥିରେ ଗୁନଗୁନ୍ ଏକ ଚେୟାର ଉପରେ ଠିଆ ହୋଇ ଫଟୋ ଉଠାଉଛି । କ୍ୟାମେରା ଆଗରେ ସେ ବିଭିନ୍ନ ପ୍ରକାର ପୋଜ୍ ଦେଉଛି ଏବଂ ସ୍ମାଇଲ ଦେଉଛି । ଏହି କ୍ୟୁଟ୍ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଏହାକୁ ପସନ୍ଦ କରିବା ସହ ସେୟାର କରୁଛନ୍ତି ।

ଜୁଲାଇ ୨୩ରେ କେନ୍ଦ୍ର ବଜେଟ

Comments are closed.