ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଥିବା ଦେଖାଯାଏ। କିଛି ଭିଡିଓ ଦେଖିବା ମାତ୍ରେ କ୍ରୋଧ ଆସିବା ସହ କିଛି ଭିଡିଓ ଖୁବ୍ ମନଛୁଆଁ ହୋଇଥାଏ। ନିକଟରେ ସୋସିଆଲ ମିଡିଆରେ ସେଭଳି ଏକ ଭିଡିଓ ବେଶ ଭାଇରାଲ୍ ହେଉଛି। ଭିଡିଓରେ ଦେଖିପାରିବେ ଜଣେ ଯୁବକ ଉଛୁଳା ନଦୀରେ ନିଜ ଜୀବନକୁ ବିପଦରେ ପକାଇ ଏକ ବାଛୁରୀର ଜୀବନ ବଞ୍ଚାଉଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓକୁ ଖୁବ୍ ପସନ୍ଦ କରୁଛନ୍ତି।
ଉଛୁଳା ନଦୀରେ ଫଶିଲା ବାଛୁରୀ ; ଯୁବକ କଲେ ଏମିତି.. pic.twitter.com/FNeMmE1vOd
— Samaja Live (@samajalive) July 5, 2024
ଏହି ଭିଡିଓ ଆସାମର ବୋଲି ଜଣାପଡିଛି। ନିକଟରେ ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିପାଇଁ ଅନେକ ଜୀବନ ମଧ୍ୟ ଚାଲି ଯାଇଛି। ମନୁଷ୍ୟଙ୍କ ଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କ ଜୀବନ ଚାଲି ଯାଇଛି। ସଭିଏଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଛୁଳା ନଦୀରେ ଏକ ବାଛୁରୀକୁ ବଞ୍ଚାଇ ବ୍ୟକ୍ତି ଜଣକ ମାନବିକତାର ପରିଚୟ ଦେବା ସହ ଏଥିପାଇଁ ନିଜ ଜୀବନକୁ ମଧ୍ୟ ବିପଦରେ ପକାଇଛନ୍ତି। ରାଜ୍ୟର ପ୍ରାୟ ୨୯ ଜିଲାରେ ୧୬.୫୦ ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି।



