www.samajalive.in
Saturday, December 6, 2025
17.1 C
Bhubaneswar

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଇସ୍ତଫା, ପୁଣି ଗାଦି ସମ୍ଭାଳିବେ ହେମନ୍ତ

ସମାଜ ଡିଜିଟାଲ ଡେସ୍କ: ପୁଣି ଥରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ। ଜମି ଦୁର୍ନୀତି ମାମଲାରେ ଜାମିନ ପାଇ ଜେଲରୁ ମୁକୁଳିବା ପରେ ହେମନ୍ତ ପୁନର୍ବାର ଗାଦି ସମ୍ଭାଳିବା ଏକ ପ୍ରକାର ନିଶ୍ଚିତ ହୋଇଛି। କାରଣ ସେ ଜେଲରୁ ବାହାରିବା ପରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଥିବା ଚମ୍ପାଇ ସୋରେନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ହେମନ୍ତଙ୍କ ପାଇଁ ସେ ଇସ୍ତଫା ଦେଇଥିବା ସ୍ପଷ୍ଟ ହୋଇଛି। ଚମ୍ପାଇ ନିଜ ଇସ୍ତଫାପତ୍ର ରାଜ୍ୟପାଳଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି।

ବୁଧବାର ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ପକ୍ଷରୁ ବୁଧବାର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ହେମନ୍ତଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ କରାଯିବା ନେଇ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଏହି ବୈଠକରେ ମେଣ୍ଟ ଦଳର ସମସ୍ତ ନେତା ଏବଂ ବିଧାୟକମାନେ ଉପସ୍ଥିତ ଥିଲେ। ସର୍ବସମ୍ମତି କ୍ରମେ ହେମନ୍ତଙ୍କୁ ବିଧାୟକ କରାଯିବା ନେଇ ସ୍ଥିର ହୋଇଛି। ହେମନ୍ତଙ୍କୁ ବିଧାୟକଦଳ ନେତା ଭାବେ ଚୟନ ମଧ୍ୟ କରାଯାଇଛି। ସୂଚନାଯୋଗ୍ୟ, ଜମି ଦୁର୍ନୀତି ମାମଲାରେ ହେମନ୍ତଙ୍କୁ ଗତ ଫେବୃୟାରୀରେ ଗିରଫ କରାଯାଇଥିଲା। ଏହି ମାମଲାରେ ତାଙ୍କୁ ଜାମିନ ମିଳିବା ପରେ ଗତ ଜୁନ ୨୮ରେ ସେ ଜେଲରୁ ମୁକୁଳିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories