www.samajalive.in
Saturday, December 6, 2025
19.1 C
Bhubaneswar

ଦେଖନ୍ତୁ ଭିଡିଓ.. ଖୋଲା କୂଅରେ ପଡିଥିଲା ଭାଲୁ, ହାବୁଡରେ ପଡି ଆକ୍ରମଣର ଶିକାର ହେଲେ ବୃଦ୍ଧା

ନାକଟିଦେଉଳ : ଖୋଲା ମାଟି କୂଅରେ ପଡିଥିଲା ଜଙ୍ଗଲୀ ଭାଲୁ। ଭାଲୁ ଦେଖିବାକୁ ଯାଉଥିବା ବେଳେ କୂଅ ଭିତରୁ ବାହାରକୁ ଆସି ଦେଖଣାହାରି ଲୋକଙ୍କୁ ଗୋଡ଼ାଇବା ଫଳରେ ଏହି ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଥିବା ଜଣାପଡିଛି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚନ ଅନ୍ତର୍ଗତ ରାଇଲ ଫରେଷ୍ଟ ସେକ୍ସନର କୁଡାନାଳି ଗ୍ରାମରେ।

ପ୍ରାପ୍ତ ସୂଚନା ଅନୁସାରେ ବୁଧବାର ଭୋର ପ୍ରାୟ ୫ଟା ସମୟରେ ଏକ ଭାଲୁ ନିକଟସ୍ଥ ଜଙ୍ଗଲରୁ କୁଡାନାଳି ଗାଁ ଭିତରକୁ ଚାଲି ଆସିଥିବା ବେଳେ ଗାଁ ମଝିରେ ଥିବା ଏକ କାଜୁ ବଗିଚା ଭିତରେ ଥିବା ଏକ ଖୋଲା ମାଟି କୂଅ ଭିତରେ ପଡିଯାଇଥିଲା। ଭାଲୁର ଗର୍ଜନ ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିବା ସହ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ରାଇଲ ସେକ୍ସନର ଫରେଷ୍ଟର ସ୍ୱପ୍ନେଶ୍ଵର ଦେହୁରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ଭାଲୁକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ।

ଦରଦାମ୍ ବୃଦ୍ଧି ନିୟନ୍ତ୍ରଣ ନହେଲେ ରାସ୍ତାକୁ ଓହ୍ଲାଇବ ବିଜେଡି

- Advertisement -

ଦୀର୍ଘ ସମୟ ଧରି ଚେଷ୍ଟା କରିବା ସହ କୂଅ ଭିତରେ ବଡ଼ କାଠ ପକାଇବାରୁ ଭାଲୁଟି ସେହି କାଠରେ ଚଢି ବାହାରକୁ ଆସିଥିଲା। ବାହାରକୁ ବାହାରିବା ପରେ ଭାଲୁଟି ଏଣେ ତେଣେ ଦୌଡ଼ି ଜଙ୍ଗଲ ଭିତରକୁ ଯାଉଥିବା ବେଳେ ଗ୍ରାମର ଉମା ମାଝୀ (୬୪ ବର୍ଷୀୟା) ମହିଳା ଭାଲୁ ଦେଖିବାକୁ ସାଢେ ୮ଟା ସମୟରେ ଆସୁଥିବା ବେଳେ ଭାଲୁ ହାବୁଡ଼ରେ ପଡିଯାଇଥିଲେ। ଭାଲୁଟି ବୃଦ୍ଧା ଜଣଙ୍କୁ କାମୁଡି ରକ୍ତାକ୍ତ କରି ସେଠାରୁ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିବା ବେଳେ ଭାଲୁ ଆକ୍ରମଣରେ ବୃଦ୍ଧା ଜଣଙ୍କର ପିଠି, ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି।

ଆହତ ବୃଦ୍ଧାଙ୍କୁ ସେଠାରେ ଉପସ୍ଥିତ ଥିବା ଫରେଷ୍ଟର ଶ୍ରୀ ଦେହୁରୀ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ଛେଣ୍ଡିପଦା ଡାକ୍ତର ଖାନାରେ ଭର୍ତ୍ତି କରିଥିବା ଜଣାପଡିଛି। ଏଠାରେ ସୂଚନା ଯୋଗ୍ୟ ଯେ, କୁଡାନାଳି ଗ୍ରାମଟି ପାହାଡ଼ ତଳେ ଥିବା ବେଳେ ଗ୍ରାମରେ ବହୁ ଗୁଡିଏ କାଜୁ ବଗିଚା ରହିଛି। ତେଣୁ କାଜୁ ଖାଇବାକୁ ବହୁ ସମୟରେ ଭାଲୁ ମାନେ ଜଙ୍ଗଲରୁ ଗାଁ ମଝିକୁ ଚାଲି ଆସୁଥିବା ବେଳେ ପ୍ରତିବର୍ଷ ଭାଲୁ ଆକ୍ରମଣରେ କୁଡାନାଳି ଗ୍ରାମର ଏକାଧିକ ଲୋକ ଗୁରୁତର ଆହତ ହେଉଛନ୍ତି ।

ଜୁଲାଇରୁ ନଭେମ୍ବର ମା’ଲକ୍ଷ୍ମୀ ବଦଳାଇବେ ଏହି ରାଶିଙ୍କ ଭାଗ୍ୟ : ମିଳିବ ଧନ ହିଁ ଧନ, ଚାକିରି, ରହିବନି ଚିନ୍ତା..

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories