www.samajalive.in
Wednesday, December 10, 2025
23.1 C
Bhubaneswar

୧୮ଟି ହାଇସ୍କୁଲରେ ନାହାନ୍ତି ସ୍ଥାୟୀ ପ୍ରଧାନଶିକ୍ଷକ

ଆଠଗଡ, ୦୨ା୭(ନିପ୍ର) ଆଠଗଡ ବ୍ଲକରେ ଥିବା ମୋଟ ୩୪ଟି ସରକାରୀ, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଓ ବ୍ଲକ ଗ୍ରାଣ୍ଟ ହାଇସ୍କୁଲ ମଧ୍ୟରୁ ୧୮ଟି ହାଇସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ବର୍ଷ ବର୍ଷ ଧରି ଖାଲି ପଡିଛି । ସେହିପରି କେତେକ ହାଇସ୍କୁଲରେ ବିଷୟ ଭିତ୍ତିକ ଶିକ୍ଷକ ପଦବୀ ଖାଲି ପଡିଥିବାରୁ ଆଠଗଡ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଦିଗହରା ହୋଇପଡିଛି । ବିଶେଷକରି ଆଠଗଡ ସହରର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠ ଓ ସରକାରୀ ବାଳିକା ହାଇସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ଦୀର୍ଘ ଦିନ ହେବ ଖାଲି ରହିବା ସଙ୍ଗେ ସଙ୍ଗେ ବହୁ ଶିକ୍ଷକ ପଦବୀ ମଧ୍ୟ ଖାଲି ପଡିଛି । ଫଳରେ ଗତ ମାଟ୍ରିକ ପରୀକ୍ଷାରେ ପାସ୍‍ ହାର ଅଧିକ ରହିଥିଲେ ମଧ୍ୟ ଏ୧ ଓ ଏ୨ ଗ୍ରେଡରେ ପାସ୍‍ ହାର ଉଦ୍‍ବେଗଜନକ ଭାବେ ହ୍ରାସ ପାଇଛି ।

ବିଶ୍ୱନାଥ ବିଦ୍ୟାପୀଠରେ ଗତ ୨୦୨୧ ମସିହାରୁ ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ଖାଲି ରହିଥିବା ବେଳେ ୨୦୨୩ମସିହାରେ ମାତ୍ର ୩ମାସ କାର୍ଯ୍ୟକାଳ ଥିବା ଜଣେ ସ୍ଥାୟୀ ପ୍ରଧାନଶିକ୍ଷକଙ୍କୁ ଏଠାରେ ନିଯୁକ୍ତି ମିଳିଥିଲା । ସେ ଗତ ଅକ୍ଟୋବର ୩୧ରେ ଅବସର ଗ୍ରହଣ କରିବା ପରେ ଜଣେ ବରିଷ୍ଠ ଶିକ୍ଷକ ଏଠାରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦାୟିତ୍ୱ ନିର୍ବାହ କରୁଛନ୍ତି । ଅନୁରୁପ ଭାବେ ସରକାରୀ ବାଳିକା ହାଇସ୍କୁଲର ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ୨୦୨୨ମସିହାରୁ ଖାଲି ରହିବା ପରେ ମାତ୍ର ୬ମାସ କାର୍ଯ୍ୟକାଳ ବାକିଥିବା ଜଣେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଏଠାକୁ ବଦଳି କରି ଅଣାଯାଇଥିଲା । ହେଲେ ସେ ମଧ୍ୟ ଗତ ୨୦୨୪ମାର୍ଚ୍ଚ ୩୧ତାରିଖରେ ଅବସର ଗ୍ରହଣ କରିବା ପରେ ଜଣେ ବରିଷ୍ଠ ଶିକ୍ଷୟିତ୍ରୀ ପ୍ରଧାନଶିକ୍ଷୟିତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ।

- Advertisement -

ଆଠଗଡ ବ୍ଲକରେ ଥିବା ମୋଟ ୨୦ଟି ସରକାରୀ ହାଇସ୍କୁଲ ମଧ୍ୟରୁ ୫ଟିରେ, ୪ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲ ମଧ୍ୟରୁ ୩ଟିରେ ଏବଂ ମୋଟ ରହିଥିବା ୧୦ଟି ବ୍ଲକ ଗ୍ରାଣ୍ଟ ହାଇସ୍କୁଲରେ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ସେମାନଙ୍କ ସ୍ଥାନରେ ସେହି ସ୍କୁଲର ବରିଷ୍ଠ ଶିକ୍ଷକଙ୍କୁ ଏହି ଦାୟିତ୍ୱରେ ରଖାଯାଇଛି । ପ୍ରଧାନଶିକ୍ଷକ ଦାୟିତ୍ୱ ନିର୍ବାହ କରୁଥିବା ସଂପୃକ୍ତ ବିଦ୍ୟାଳୟ ଗୁଡିକର ବରିଷ୍ଠ ଶିକ୍ଷକମାନେ ସ୍କୁଲ ପରିଚାଳନା ଓ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ରହୁଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଆଠଗଡର ବିଶ୍ୱନାଥ ବିଦ୍ୟାପୀଠରେ ଗୋଟିଏ, ସରକାରୀ ବାଳିକା ହାଇସ୍କୁଲରେ ୪ଟି ଓ କନ୍ତୋଲର ଅଚ୍ୟୁତାନନ୍ଦ ବିଦ୍ୟାପୀଠରେ ୩ଟି ବିଷୟଭିତ୍ତିକ ଶିକ୍ଷକ ପଦବୀ ଖାଲି ପଡିଥିବାରୁ ପାଠପଢା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି ।

କେବଳ ବିଦ୍ୟାଳୟ ରୂପାନ୍ତର ନାମରେ ରଙ୍ଗମାରି ଭିତ୍ତିଭୂମି ବିକାଶ କରିଦେଲେ ହେବ ନାହିଁ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ମାନ କିପରି ବୃଦ୍ଧି ପାଇବ ସେ ଦିଗରେ ସରକାର ପଦକ୍ଷେପ ନେବା ଦରକାର ବୋଲି ବହୁ ଶିକ୍ଷାବିତ୍‍ ମତପ୍ରକାଶ କରିଛନ୍ତି । ୧୮ଟି ହାଇସ୍କୁଲରେ ଖାଲି ପଡିଥିବା ସ୍ଥାୟୀ ପ୍ରଧାନଶିକ୍ଷକ ଏବଂ ବିଭିନ୍ନ ସ୍କୁଲରେ ଖାଲି ରହିଥିବା ବିଷୟଭିତ୍ତିକ ଶିକ୍ଷକ ପଦବୀ ଗୁଡିକୁ ଯଥାଶୀଘ୍ର ପୂରଣ କରିବା ଦିଗରେ ପଦକ୍ଷେପ ନେବା ଲାଗି ଦାବି ହେଉଛି ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories