www.samajalive.in
Saturday, December 13, 2025
26.1 C
Bhubaneswar

ଅବଧି ପରେ ମଧ୍ୟ ସରୁନି ରାସ୍ତା ନିର୍ମାଣ

ବାଉଁଶୁଣି: ବୌଦ୍ଧ ବ୍ଳକ ଉଡ଼ବିଲକା – ଯୋରାମୁଣ୍ଡା ଭାୟା ବହିରା ଆରଡି ରାସ୍ତା ନିର୍ମାଣ ଅବଧି ସମ୍ପୂର୍ଣ୍ଣ ହେବାର ଦୀର୍ଘ ମାସ ବିତିଗଲାଣି ତଥାପି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ଅଭିଯୋଗ ହେଉଛି। ଫଳରେ ରାସ୍ତାରେ ଯତାୟାତ କରୁଥିବା ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ବାଦିକଟା ଗ୍ରାମରେ କିଛି ଘର ଜବର ଦଖଲ ଉଚ୍ଛେଦ ପାଇଁ ବିଭିନ୍ନ ଜନ ଶୁଣାଣି ଶିବିରରେ ଆଞ୍ଚଳିକ ବିକାଶ କମିଟି, ବାଦିକଟା ତରଫରୁ ଉଚ୍ଛେଦ ପାଇଁ ଦାବୀପତ୍ର ଦିଆଯାଇଥିଲା। ଦାବୀପତ୍ରକୁ ଭିତ୍ତି କରି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ଗାଁକୁ ଆସି ମାପ କରିଦେଇ ବିଭାଗୀୟ ଅଧିକାରୀ ମାନେ ଚୁପ୍। କାହିଁକି ଚୁପ୍ ହୋଇ ରହିଲେ ତାହାବି କାରଣ ଅସ୍ପଷ୍ଟ। ସଂପୃକ୍ତ ଠିକା ସଂସ୍ଥା କହିବା ଅନୁସାରେ ଉଚ୍ଛେଦ ହେଲେ ଗାଁ ମଝିରେ ଆମେ କାମ କରିବାକୁ ରାଜି, ଯଦି ଉଚ୍ଛେଦ ନ ହୁଏ ଆମ ସଂସ୍ଥା କାହାକୁ ଉଚ୍ଛେଦ କରିବୁ ନି ବୋଲି ପ୍ରତିକ୍ରିୟା ରଖିଥିଲେ।

ଅନ୍ୟ ପକ୍ଷରେ ଉଡ଼ବିଲକା-ଯୋରାମୁଣ୍ଡା ୯ କିମି ରାସ୍ତା ଉନ୍ନତିକରଣ ପାଇଁ ଆରଡି ବିଭାଗ ପକ୍ଷରୁ ୩୪୦.୪୨ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ରାସ୍ତା ନିର୍ମାଣ ପାଇଁ ବିଭାଗ ସୋନପୁରର ପିଏମଆରଟି ଠିକାସଂସ୍ଥାକୁ ଦାୟିତ୍ଵ ଦେଇଥିଲା। ଠିକାସଂସ୍ଥା ୨୦୨୩ ଫେବୃଆରୀ ୪ ତାରିଖରେ କାର୍ଯ୍ୟାରମ୍ଭ କରିଥିଲା। ୩ ନଭେମ୍ବର ୨୦୨୩ ତାରିଖରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା କଥା ମାତ୍ର ନିର୍ମାଣ ଅବଧୂ ପରେ ଦୀର୍ଘ ମାସ ବିତିଯାଇଥିଲେ ସୁଦ୍ଧା ସଂପୂର୍ଣ୍ଣ ହୋଇପାରୁନି କାମ ଯାହାଫଳରେ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାସ୍ତାରେ ମେଟାଲ ଚିପ୍ପ ଆଦି ଦିଆଯାଇ ସମତୁଳ କରାଯାଇଛି। ମାତ୍ର ପିଚୁ ହୋଇ ନ ଥିବାରୁ ଯାନବାହନ ଯାତାୟାତ ବେଳେ ଜନସାଧାରଣ ହଇରାଣ ହେଉଥିବା ଅଭିଯୋଗ ହେଉଛି। ସଂପୃକ୍ତ ଠିକା ସଂସ୍ଥା କୁଆଡେ ଏକ ରାଜନୈତିକ ଦଳର ଲୋକ ହୋଇଥିବାରୁ ଓ ଜଣେ ପ୍ରଭାବଶାଳୀ ସାମ୍ବାଦିକ ହୋଇଥିବାରୁ ପ୍ରଶାସନ କାମ ତୁରନ୍ତ କରିବାକୁ କହୁନଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories