www.samajalive.in
Wednesday, December 10, 2025
23.1 C
Bhubaneswar

ଟ୍ରାକ୍ଟରକୁ ଧକ୍କା ଦେଲା ବାଇକ୍, ଜଣେ ମୃତ 

ପାଟଣା : କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥରର ପାରାଭାଡି ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ବାଇକ୍ ଟ୍ରାକ୍ଟର ପଛରେ ଧକ୍କା ଦେଇଛି। ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।
ମୃତ ବାଇକ୍ ଚାଳକ ଙ୍କ ପରିଚୟ ମିଳି ପାରିନାହିଁ। ବାଇକ୍ ଚାଳକ ଜଣଙ୍କ ଘଟଗାଁରୁ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ପାରାଭାଡି ଛକ ନିକଟରେ ହଠାତ ଟ୍ରାକ୍ଟରଟି ରାସ୍ତା ଉପରକୁ ଆସି ଯିବାରୁ ବାଇକଟି ସିଧାସଳଖ ଟ୍ରାକ୍ଟର ପଛରେ ଧକ୍କା ଦେଇଥିଲା।
ବାଇକ୍ ଚାଳକଙ୍କୁ ଉଦ୍ଧାର କରାଯାଇ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଖବର ପାଇ ଢେଙ୍କିକୋଟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ୍ କୁ ଜବତ କରିଥିବା ବେଳେ ଟ୍ରାକ୍ଟରଟି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories