www.samajalive.in
Wednesday, December 10, 2025
23.1 C
Bhubaneswar

ଘର ଆଲମାରୀ ଭାଙ୍ଗି ସୁନା, ଟଙ୍କା, ରୂପା ଲୁଟିଲେ ଦୃର୍ବତ୍ତ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ବିକାଶ ନଗର ପ୍ରଥମ ଲାଇନର ପ୍ରଫୁଲ୍ଲ ଚନ୍ଦ୍ର ଦାଶଙ୍କ ଘରୁ ଦୃର୍ବତ୍ତ ମାନେ ଗ୍ରିଲ କାଟି ସୁନା, ରୂପା ଓ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ପ୍ରକାରେ ବିକାଶ ନଗର ପ୍ରଥମ ଲାଇନରେ ରହୁଥିବା ପ୍ରଫୁଲ୍ଲ ଦାଶ କିଛି ଦିନ ହେଲା ବାହାରକୁ କୌଣସି କାମରେ ଯାଇଥିଲେ। ସେହି ଘରେ ତାଙ୍କ ଝିଅ ଓ ନାତି, ନାତୁଣୀ ଉପର ମହଲାକୁ ରାତ୍ର ପ୍ରାୟ ୧୨ ଟା ପରେ ଶୋଇବାକୁ ଯାଇଥିଲେ। ସକାଳୁ ଉଠି ଦେଖିବା ବେଳକୁ ତଳ ଘର ଆଲମାରୀ ଭାଙ୍ଗିବା ସହ ଜିନିଷ ପତ୍ର ଏଣେ ତେଣେ ପଡ଼ିଥିବା ଦେଖିବା ସହ ଆଲମାରୀରେ ରହିଥିବା ୧୦ ତୁଳାର ସୁନା ଗହଣା, ରୂପା ପ୍ରାୟ ୧ କେଜି, ନଗଦ ୨ ଲକ୍ଷ ୬୨ ହଜାର ଟଙ୍କା ଏବଂ ଦାମି ଲୁଗାପଟା, କାଗଜ ପତ୍ର ଦୃର୍ବତ୍ତ ମାନେ ଲୁଟି ନେଇଥିବା ଜାଣିବାକୁ ପାଇଥିଲେ।
ଆଜି ସକାଳେ ପ୍ରଫୁଲ୍ଲ ଦାଶ ଘରେ ପହଞ୍ଚି ଦେଖିବା ପରେ ଘରର ଝରକା ଗ୍ରିଲ ଭାଙ୍ଗି ଦୃର୍ବତ୍ତ ମାନେ ପଶି ଲୁଟିଥିବା ଜାଣିବାକୁ ପାଇଥିଲେ। ଏ ନେଇ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ କେସ ନମ୍ବର ୧୯୫/୨୪ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ଶରତ କୁମାର ମହାଲିକ ସୂଚନା ଦେଇଛନ୍ତି।

Hot this week

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

Related Articles

Popular Categories