www.samajalive.in
Wednesday, December 10, 2025
23.1 C
Bhubaneswar

ବୌଦ୍ଧ ଷ୍ଟେଟବ୍ୟାଙ୍କ ପକ୍ଷରୁ ରକ୍ତଦାନ ଶିବିର, ୪୦ ୟୁନିଟ ରକ୍ତ ସଂଗ୍ରହ

ବୌଦ୍ଧ:  ଭାରତୀୟ ଷ୍ଟେଟବ୍ୟାଙ୍କର ୬୯ତମ ପ୍ରତିଷ୍ଠା ଦିବସରେ ବୌଦ୍ଧ ଷ୍ଟେଟବ୍ୟାଙ୍କ ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ବୌଦ୍ଧ ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ବିକେଆରସି ହେମ୍ବ୍ରମ ଏହି ଶିବିରକୁ ଉଦଘାଟନ କରିଥିଲେ।

ଫୁଲବାଣୀ  ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ମହାପ୍ରବନ୍ଧକ ପ୍ରକାଶ ଗ୍ରହାଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ଅନ୍ୟତମ ଅତିଥି ଭାବରେ ବୁଟୁପାଲି କୃଷି ଶାଖାର ମୁଖ୍ୟ ପରିଚାଳକ କାର୍ତ୍ତିକେଶ୍ୱର ପଣ୍ଡା ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଡାକ୍ତର ଦିବସ ପାଇଁ ଏହି ଅବସରରେ ଷ୍ଟେଟବ୍ୟାଙ୍କ ପକ୍ଷରୁ ଡା. ହେମ୍ବ୍ରମଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

- Advertisement -

ବୌଦ୍ଧ ରକ୍ତଭଣ୍ଡାର କର୍ମଚାରୀମାନେ ଏହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିବାବେଳେ ବୌଦ୍ଧ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ଓ କୃଷି ଶାଖାର ୪୦ ଜଣ କର୍ମଚାରୀ ସ୍ୱେଛାକୃତ ରକ୍ତଦାନ କରିଥିଲେ ଏବଂ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories