www.samajalive.in
Saturday, December 6, 2025
16.1 C
Bhubaneswar

ବିହାରରେ ଦବିଲା ଆଉ ଏକ ପୋଲ: ଟାର୍ଗେଟରେ ଲାଲୁ ଯାଦବଙ୍କ ଦଳ, ବିଜେପି କହିଲା- ଛାଡ଼ିବୁନି..

ପାଟନା: ବିହାରରେ ଲଗାତର ଭାବେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ପୋଲ ଭୁଶୁଡ଼ିବା ଘଟଣା। କିଶନଗଞ୍ଜରେ ଆଉ ଏକ ପୋଲ ଧବିବା ପରେ ବିହାରରେ ରାଜନୀତି ଆରମ୍ଭ ହୋଇଛି। ଭାରତୀୟ ଜନତା ପାର୍ଟିର ନେତାମାନେ ଏବେ ସିଧାସଳଖ ରାଷ୍ଟ୍ରୀୟ ଜାତନା ଦଳକୁ ଟାର୍ଗେଟ କରୁଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଏହି ପୋଲ ଆରଜେଡିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କ ପାଣ୍ଠିରୁ ନିର୍ମାଣ ହୋଇଥିଲା। ଏବେ ବିହାର ସରକାର ଏହି ମାମଲାର ଯାଞ୍ଚ କରିବେ ଯେ, ଆରଜେଡିର ତତ୍କାଳୀନ ସାଂସଦ ସେ ସମୟରେ କେତେ ଟଙ୍କା ଖାଇଥିଲେ। ବିଜେପି ମୁଖପାତ୍ର ନୀରଜ କୁମାର କହିଛନ୍ତି, କିଶନଗଞ୍ଜରେ ଯେଉଁ ପୋଲ ଦବିଛି, ତାହା ଆରଜେଡିର ତତ୍କାଳୀନ ସାଂସଦ ସ୍ୱର୍ଗତ ତସଲିମୁଦ୍ଦୀନଙ୍କ ପାଣ୍ଠିରୁ ନିର୍ମିତ। ଏହି ସେତୁ ନିର୍ମାଣ କାର୍ଯ୍ୟ ନିମ୍ନ ମାନର କରାଯାଇଥିଲା, ତେଣୁ ଆଜି ଏପରି ପରିସ୍ଥିତି ଉପୁଜିଛି।

ବିଜେପି ମୁଖପାତ୍ର କହିଛନ୍ତି ଯେ, ବିହାର ସରକାର ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛନ୍ତି। ଅନ୍ୟ ସମସ୍ତ ପୋଲ ସହ ଏହି ପୋଲର ମଧ୍ୟ ଯାଞ୍ଚ କରାଯିବ। ତତ୍କାଳୀନ ସାଂସଦ କେତେ ଟଙ୍କା ଖାଇଥିଲେ, ଯାଞ୍ଚ ପରେ ସବୁକିଛି ସ୍ପଷ୍ଟ ହୋଇଯିବ। ଏହି ପୋଲ ୨୦୦୭-୨୦୦୮ ରେ ନିର୍ମାଣ କରାଯାଇଥିଲା। ଯାଞ୍ଚରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କୁ ଛଡ଼ାଯିବନି।

- Advertisement -

କିଶନଗଞ୍ଜ ଜିଲାର ଠାକୁରଗଞ୍ଜ ବ୍ଲକରେ ଘଟିଛି ଏହି ଘଟଣା। ପ୍ରବଳ ବର୍ଷା ପରେ ନଦୀର ଜଳ ସ୍ତର ବୃଦ୍ଧି ପାଇଥିଲା, ଯେଉଁଥିପାଇଁ ବୁନ୍ଦ ନଦୀ ଉପରେ ନିର୍ମିତ ସେତୁ ପିଲାର ପ୍ରାୟ ଏକ ଫୁଟ ଦବି ଯାଇଛି। ସ୍ଥାନୀୟ ପୂର୍ବତନ ମୁଖିଆ ଜବାହର ସିଂହ କହିଛନ୍ତି, ଏହି ପୋଲ ତିନିରୁ ଚାରିଟି ପଞ୍ଚାୟତକୁ ସଂଯୋଗ କରେ। ଯଦି ଏହି ସେତୁ ଭୁଶୁଡି ପଡ଼େ ତେବେ ୫୦ରୁ ୬୦ ହଜାର ଲୋକ ପ୍ରଭାବିତ ହେବେ।

 

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories