www.samajalive.in
Sunday, December 7, 2025
15.1 C
Bhubaneswar

ଦ୍ରାବିଡଙ୍କୁ ଏଭଳି ରୂପରେ ଦେଖି ପ୍ରଶଂସକ ହେଲେ ଖୁସ୍‍: ଅନ୍ତ ହେଲା ୧୭ବର୍ଷର ପୀଡା

ସମାଜ ଡିଜିଟାଲ ଡେସ୍କ: ଏହି ଭାରତୀୟ ଖେଳାଳିଙ୍କୁ ସବୁବେଳେ ଶାନ୍ତ ସ୍ଵଭାବ ଓ ଗମ୍ଭୀର ଭାବେ ରହୁଥିବା ଦେଖିବାକୁ ମିଳିଥାଏ । ଯିଏକ ସର୍ବଦା ନିଜ କାମ ଉପରେ ଫୋକସ କରିଥାନ୍ତି ଏବଂ ସଫଳତା ମିଳିବା ପରେ ବି ମୁହଁରେ ରହିଥାଏ ସ୍ମିତହାସ୍ୟ । ଆମେ କହୁଛୁ ଭାରତୀୟ ଟିମ୍‌ର କୋଚ୍‍ ରାହୁଲ ଦ୍ରାବିଡଙ୍କ କଥା । ହେଲେ ଶନିବାର ରାତିରେ ଭାରତର ଦମଦାର ବିଜୟ ପରେ ରାହୁଲ ଗମ୍ଭୀର ରୂପରୁ କିଛି ଅଲଗା ଅନ୍ଦାଜରେ ନଜର ଆସିଥିଲେ । ହାତରେ ରାହୁଲ ଟି-୨୦ ବିଶ୍ୱକପ ଟ୍ରଫି ଧରି ଯେଭଳି ଜୋସରେ ନଜର ଆସିଥିଲେ ତାହାକୁ ଦେଖିବା ପରେ ପ୍ରଶଂସକମାନେ ତାଜୁବ ହୋଇଥିଲେ । ଟ୍ରଫି ସହ ଯୁବଖେଳାଳିଙ୍କ ଭଳି ଜୋସ୍‍ ଦେଖାଇ ଚିତ୍କାର କରି ଖୁସି ଜାହିର କରିଥିଲେ । ତାଙ୍କର ଏଭଳି ବଦଳିବା ଅନ୍ଦାଜ ପଛରେ ଗତ ୧୭ବର୍ଷର ପୀଡା ରହିଥିଲା । ଏହି ଅବସରରେ ସେ କହିଥିଲେ ଯେ ‘ଖେଳାଳି ଭାବେ ମୁଁ କେବେ ବିଶ୍ୱକପ ଜିତି ପାରିନଥିଲି । ମୁଁ ସେତିକି ଭାଗ୍ୟଶାଳୀ ନଥିଲି, ହେଲେ ଯେବେ ବି ମ୍ୟାଚ ଖେଳିଛି ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଛି ।’ ଏଭଳି ଅନେକ ଖେଳାଳି ରହିଛନ୍ତି ଯେଉଁମାନେ ବିଶ୍ୱକପ ଜିତି ପାରିନାହାଁନ୍ତି । ହେଲେ ମୁଁ ଭାଗ୍ୟଶାଳୀ ଯେ ମୋତେ ଭାରତୀୟ ଦଳର ପ୍ରଶିକ୍ଷକ ହେବାର ସୁଯୋଗ ମିଳିଲା । କ୍ୟାପଟେନରୁ ପ୍ରଶିକ୍ଷକ ହେବାର ଯାତ୍ରା ଯେଭଳି ଏକ ଜୀବନ ଜିଇବା ଭଳି ହୋଇଛି ।
ୱେଷ୍ଟଇଣ୍ଡିଜର ଏହି କ୍ରିକେଟ ପଡିଆରେ ଭାରତୀୟ ଟିମ୍‍ ରାହୁଲଙ୍କ ଅଧିନାୟକତ୍ୱରେ ବିଶ୍ୱକପ ଖେଳିଥିଲା । ଦଳ ଏଠାରେ ବାଂଲାଦେଶ ଠାରୁ ପରାଜିତ ହେବା ପରେ ଶ୍ରୀଲଙ୍କଠାରୁ ମଧ୍ୟ ହାରି ପ୍ରଥମ ପର୍ଯ୍ୟାୟରେ ବିଶ୍ୱକପରୁ ବାହାରି ଯାଇଥିଲା । ସେହିଥର ଦ୍ରାବିଡ ପ୍ରଥମ ଥର ବିଶ୍ୱକପରେ ଭାରତୀୟ ଦଳର ଅଧିନାୟକ ହୋଇଥିଲେ ଏବଂ ବିପର୍ଯ୍ୟସ୍ତ ପରାଜୟର ସାମ୍ନା କରି ସ୍ୱଦେଶ ଫେରିଥିଲେ । ଏହି ଆଘାତ ତାଙ୍କ ହୃଦୟରେ ସର୍ବାଦା ରହିଥିଲା । ଖେଳାଳି ଭାବେ ସନ୍ନ୍ୟାସ ନେବା ପରେ ଦ୍ରାବିଡ ଅଣ୍ଡର-୧୯ରେ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ । ଏହା ପରେ ଜାତୀୟ କ୍ରିକେଟ ଏକାଡେମୀ ସହିତ ଯୋଡି ହୋଇଥିଲେ । ସିନିୟର ଭାରତୀୟ ଖେଳାଳିଙ୍କ କୋଚ୍‍ ହେବାକୁ ସେ କୁଣ୍ଠାବୋଧ କରୁଥିଲେ । ଯେତେବେଳେ ସୌରଭ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ହୋଇଥିଲେ ସେତେବେଳେ ସେ ପ୍ରସ୍ତାବ ଦେଇଥିଲେ ଯେ ଭାରତୀୟ ଦଳର ମୁଖ୍ୟ କୋଚ୍‍ ରାହୁଲ ଦ୍ରାବିଡଙ୍କୁ କରାଯାଉ । ରାହୁଲ କୋଚ୍‍ ହେବା ପରେ ତାଙ୍କୁ ଟାର୍ଗେଟ ଦିଆଯାଇଥିଲା ଯେ ୨୦୨୨ରେ ଟି-୨୦ ବିଶ୍ୱକପ, ଟି-୨୦ ଚାମ୍ପିଅନସିପ୍‍ ଏବଂ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ । ହେଲେ ଏହି ତିନୋଟି ଯାକ ଟୁର୍ଣ୍ଣାମେଣ୍ଟରେ ଭାରତକୁ ବିଜୟ ନିକଟତର କରାଇଥିଲେ ମଧ୍ୟ ଟ୍ରଫି ହାସଲ କରାଇ ପାରିନଥିଲେ ରାହୁଲ ।
୨୦୨୩ରେ ଦିନିକିଆ ବିଶ୍ୱକପରେ ଭାରତ ସମସ୍ତ ମ୍ୟାଚରେ ଦମଦାର ବିଜୟ ହାସଲ କରିଥିବା ବେଳେ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ବିପର୍ଯ୍ୟସ୍ତ ଭାବେ ପରାଜିତ ହୋଇଥିଲା । ଏହାପରେ ଦ୍ରାବିଡଙ୍କ ମୁଖ୍ୟ ପ୍ରଶିକ୍ଷକ କାର୍ଯ୍ୟକାଳ ମଧ୍ୟ ସମାପ୍ତ ହୋଇଥିଲା । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ବିସିସିଆଇ ଏହାକୁ ୨୦୨୪ ଟି-୨୦ ବିଶ୍ୱକପ ପର୍ଯ୍ୟନ୍ତ ବଢାଇଥିଲେ । ଟି-୨୦ ସିରିଜରେ ଟିମରେ କିଛିଟା ପରିବର୍ତ୍ତନ କରିଥିଲେ ରାହୁଲ । ରୋହିତ ଏବଂ ବିରାଟଙ୍କୁ ଓପନିଂ କରାଇବା ସହ ଅର୍ଶଦୀପ ସିଂହ, ଶିବମ ଦୁବେଙ୍କ ଭଳି ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟ କୁମାର ଯାଦବ ଏବଂ ରିଷଭ ପନ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଦାୟିତ୍ୱ ଦେଇଥିଲେ । ଦଳରେ ଯଦି ବି ପରସ୍ପର ଭିତରେ ମତଭେଦ ରହିଛି ତେବେ ତାହାକୁ ମଇଦାନରୁ ବାହାରେ ରଖିବାକୁ ରାହୁଲ ପ୍ରୟାସ କରିଥିଲେ । ଧୀରେ ଧୀରେ ଭାରତୀୟ ଦଳ ଆହୁରି ମଜବୁତ ହେବା ସହ ନୂଆ ରୂପରେ ଖେଳୁଥିବା ଦେଖିବାକୁ ମିଳିଥିଲା । ଯାହା ଫଳରେ ଚଳିତ ଟି-୨୦ ବିଶ୍ୱକପରେ ଭାରତ ଐତିହାସିକ ବିଜୟ ହାସଲ କରିବା ସହ ଦ୍ରାବିଡଙ୍କ ହାତରେ ବିଶ୍ୱକପ ଟ୍ରଫି ଆସିଥିଲା । ଏହାସହିତ ତାଙ୍କର ୧୭ବର୍ଷର ଅପେକ୍ଷାର ଅନ୍ତ ଘଟିଥିଲା । ରାହୁଲ ଜଣେ ସଫଳ ପ୍ରଶିକ୍ଷକ ଭାବେ ବର୍ତ୍ତମାନ ଭାରତ ଫେରୁଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories