www.samajalive.in
Sunday, December 14, 2025
26.1 C
Bhubaneswar

ଟିଟିଲାଗଡ଼କୁ ଜିଲା ମାନ୍ୟତା ପ୍ରସଙ୍ଗ ; ଗୁରୁତର ସହ ବିଚାର କରାଯିବ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଟିଟିଲାଗଡ଼କୁ ଜିଲା ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦାବି ଜଣାଇଥିବା କ୍ରିୟାନୁଷ୍ଠାନ କମିଟି କାର୍ଯ୍ୟକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି। ସେମାନଙ୍କ ଦାବି ଗୁରୁତର ସହ ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିବା କ୍ରିୟାନୁଷ୍ଠାନ କମିଟି ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ସ୍ଥାନୀୟ ବିଧାୟିକା ଟୁକୁନି ସାହୁ କହିଛନ୍ତି।
ଶୁକ୍ରବାର ଟିଟିଲାଗଡ଼ ଜିଲା ମାନ୍ୟତା ପ୍ରଦାନ ନେଇ ଦାବି ଚଳାଇଥିବା କମିଟିର ୫୦ରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଭୁବନେଶ୍ବରରେ ପହଞ୍ଚିଥିଲେ। ଟିଟିଲାଗଡ଼ ଦାୟିତ୍ବରେ ଥିବା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ସୁଶାନ୍ତ ସିଂହ ଏବଂ ବିଧାୟିକାଙ୍କ ସହ କ୍ରିୟାନୁଷ୍ଠାନ କମିଟିର ଆବାହକ କୃଷ୍ଣଚନ୍ଦ୍ର ସାହୁ, ମୁଖପାତ୍ର ରାଧାକାନ୍ତ ପାଢ଼ୀ, ବ୍ଲକ ଅଧ୍ୟକ୍ଷା ରମାକାନ୍ତି ପୁଟେ, ପୌରାଧ୍ୟକ୍ଷ ଗୋବର୍ଦ୍ଧନ ନାଗ ଏବଂ ଆଡ​‌େ​‌ଭାକେଟ ପ୍ରେମଚାନ୍ଦ ଜୈନ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସଚିବାଳୟରେ ଭେଟିଥିଲେ। ଅପରାହ୍ଣରେ ପୁନର୍ବାର ସମସ୍ତ ସଦସ୍ୟ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କ ମଧ୍ୟରେ ସଞ୍ଜୀବ ପାଢ଼ୀ, ଆଲୋକ ନାୟକ ଏବଂ ଟିଟିଲାଗଡ଼ରୁ ୫୨୦ କିମି ଦୀର୍ଘ ରାସ୍ତା ଚାଲି ଚାଲି ଆସି ଭୁବନେଶ୍ବରରେ ପହଞ୍ଚିଥିବା ରଞ୍ଜନ ଖୁଆଡ଼ ମଧ୍ୟ ଉପସ୍ଥିତ ଥିଲେ। ପୂର୍ବାହ୍ନରେ କାର୍ଯ୍ୟକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଟିଟିଲାଗଡ଼ ଉପଖଣ୍ଡର ପରିସୀମା ​‌େ​‌ବୗଦ୍ଧ, ସୁବର୍ଣ୍ଣପୁର, ନୂଆପଡ଼ା, ଦେବଗଡ଼,ଝାରସୁଗୁଡ଼ା, ଗଜପତି ଜିଲା ଠାରୁ ଅଧିକ ଥିବା ବେଳେ ଜନସଂଖ୍ୟା ୬ଲକ୍ଷ ୯ହଜାର ୭୩୪ରେ ପହଞ୍ଚିଥିବା ପ୍ରକାଶ କରିଥିଲେ। ଜିଲା ମାନ୍ୟତା ପାଇଁ ସମସ୍ତ ଯୋଗ୍ୟତା ହାସଲ କରୁଥିବା ଦୃଷ୍ଟିରୁ ଟିଟିଲାଗଡ଼କୁ ଜିଲା ଘୋଷଣା କରିବା ନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଜିଲା ମାନ୍ୟତା ନେଇ ସେମାନେ ବନ୍ଦ ପାଳନ ଆନ୍ଦୋଳନ ଚଳାଇଥିବା ଏବଂ ଗତ ୫୬ ଦିନ ଧରି ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ରହିଥିବା କହିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବି ଶୁଣିବା ପରେ ଏହା ଉପରେ ସରକାର ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories