www.samajalive.in
Sunday, December 14, 2025
15.1 C
Bhubaneswar

ଏମପିଲାଡ୍ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରକୁ ନୋଡାଲ ଜିଲା ରୂପେ ଚୟନ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନିଜ ସଂଦସୀୟ କ୍ଷେତ୍ର ବିକାଶ ଯୋଜନା ତଥା ଏମପିଲାଡ୍ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରକୁ ନୋଡାଲ୍ ଜିଲା ଭାବରେ ଚୟନ କରିଛନ୍ତି । ଏ ନେଇ ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କ୍ରିୟାନ୍ୱୟନ ମନ୍ତ୍ରଣାଳୟ ଅନ୍ତର୍ଗତ ଏମପିଲାଡ୍ ଡିଭିଜନ ପକ୍ଷରୁ ଏକ ପତ୍ର ଜରିଆରେ ଅବଗତ କରାଯାଇଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରକୁ ନୋଡାଲ ଜିଲ୍ଲା ଭାବରେ ଚୟନ କରିଛନ୍ତି । ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଅନୁଗୁଳ ଏବଂ ଦେବଗଡ ଜିଲା ଆସୁଛି । ସମ୍ବଲପୁର ସମେତ ଅନୁଗୁଳ ଓ ଦେବଗଡରେ ବହୁ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହେବା ସହ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଉଲ୍ଲେଖନୀୟ ଯେ, ଏମପିଲାଡ଼୍ କେନ୍ଦ୍ର ସରକାରଙ୍କ ଏକ ଯୋଜନା, ଯାହାର ସଂପୂର୍ଣ୍ଣ ଅର୍ଥ ଭାରତ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥାଏ । ଏହି ଯୋଜନାର ଉଦ୍ଦେଶ୍ୟ ହେଲା, ସାଂସାଦମାନଙ୍କୁ ମୁଖ୍ୟତଃ ନିଜ ନିଜ ନିର୍ବାଚନ ମଣ୍ଡଳୀର ବିକାଶ କାର୍ଯ୍ୟକୁ ଆଗେଇ ନେବା। ଏହା ଅଧୀନରେ ପାନୀୟ ଜଳ, ପ୍ରାଥମିକ ଶିକ୍ଷା, ସାର୍ବଜନୀନ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ସଡ଼କ ଭିତ୍ତିଭୂମି ଇତ୍ୟାଦି କ୍ଷେତ୍ରରେ ତଥା ସାର୍ବଜନୀନ ଭିତ୍ତିଭୂମି ଉପରେ ବିଶେଷ ଭାବେ ଦୃଷ୍ଟି ଦିଆଯାଇଥାଏ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories