www.samajalive.in
Saturday, December 13, 2025
26.1 C
Bhubaneswar

ଯୁବ ବିକାଶ ଓ ସାମ୍ବିଧାନିକ ଅଧିକାର ତାଲିମ

ଫୁଲବାଣୀ: ଅନ୍ତରଙ୍ଗ ଯୁବ ମହାସଂଘ ଓ ଆକ୍ସନ ଏଡ୍ ମିଳିତ ଆନୁକୁଲ୍ୟରେ ଫିରିଙ୍ଗିଆ ବ୍ଲକର କେଳାପଡ଼ା ପଞ୍ଚାୟତ ସଭା ଗୃହଠାରେ ଯୁବ ବିକାଶ ଓ ସାମ୍ବିଧାନିକ ଅଧିକାର ତାଲିମ ଅନୁଷ୍ଠିତ ହୋଇଛି। ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସ୍ୱର୍ଣ୍ଣଲତା ପ୍ରଧାନ, ସମ୍ମାନିତ ଅତିଥି ନାଏବ ସରପଞ୍ଚ ଶ୍ରୀକାନ୍ତ ଦିଗାଲ, ଫିରିଙ୍ଗିଆ କୁଇ ସମାଜ ସାଧାରଣ ସମ୍ପାଦକ ଆଶିଷ କହଁର ଓ ପ୍ରଦାତ୍ତା ସମ୍ପାଦକ ପ୍ରଦୀପ ଦାସ ଯୋଗଦେଇଥିବା ବେଳେ ତାଲିମଦାତା ଭାବେ ଦୟାନିଧି ମଲ୍ଲିକ ଓ ଅକ୍ଷୟ କୁମାର ନାୟକ ଯୋଗଦେଇଥିଲେ। କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକର ଅନ୍ତରଙ୍ଗ ପ୍ରତିନିଧି ଓ ମାନବିକତା ଅଧିକାର ରକ୍ଷକଙ୍କୁ ସାମ୍ବିଧାନିକ ଅଧିକାର ତାଲିମ ଦିଆଯାଇଛି। ସମ୍ବିଧାନର ମୌଳିକ ଓ ବିଶେଷ ଅଧିକାର ଉପରେ ଗୁରୁତ୍ଵ ଦେଇ ତାଲିମଦାତାମାନେ ଟିପ୍ପଣୀ ପ୍ରଦାନ କରିଥିଲେ। ସମାଜରେ ଅବହେଳିତ, ଦୁର୍ବଳ ଓ ଶୋଷିତ ହେଉଥିବା ଲୋକମାନଙ୍କ ପାଇଁ ବିଶେଷ ଭାବେ ଯୁବଶକ୍ତି ସାମ୍ବିଧାନିକ ଅଧିକାର ବିଷୟରେ ଜ୍ଞାନ ଆହରଣ କରି କାର୍ଯ୍ୟ କରିବା ଉଚିତ୍ ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ପ୍ରଧାନ ନିଜର ମତବ୍ୟକ୍ତ କରିଥିଲେ। ସରକାରଙ୍କ ବିଭିନ୍ନ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚେଇବାରେ ଅନ୍ତରଙ୍ଗ ଯୁବ ମହାସଂଘର ମାନବିକତା ଅଧିକାର ରକ୍ଷକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ସମ୍ପାଦକ ହୃଷିକେଶ ପ୍ରଧାନ କହିଥିଲେ। କାର୍ଯ୍ୟକ୍ରମକୁ ଅନ୍ତରଙ୍ଗ ବ୍ଲକ୍ ସମ୍ପାଦକ ବୁନା କହଁର ପରିଚାଳନା କରିଥିବା ବେଳେ ସଭାପତି କୁଞ୍ଜବନ କହଁର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories