www.samajalive.in
Saturday, December 6, 2025
19.1 C
Bhubaneswar

ଶ୍ରମିକ ବଦଳରେ ମେସିନ ଦ୍ଵାରା ଚାଲିଛି ମନରେଗା କାମ

କଳାପଥର : ଧଳାପଥର ପଞ୍ଚାୟତର ଗୋପିନାଥପୁର ରାଜସ୍ବ ଗ୍ରାମରେ ଥିବା ଖଣ୍ଡିଆ ପୋଖରୀ ଆଂଶିକ କାର୍ଯ୍ୟ ମନରେଗା ଯୋଜନାରେ ସମ୍ପାଦନ ହେଉଥିବା ବେଳେ ଜେ ସି ବି ମେସିନ ବ୍ୟବହାର କରି ସ୍ପଷ୍ଟ ଦିବା ଲୋକରେ ଖନନ କାର‌୍ୟ୍ୟ ହେଉଛି। ଗୋପିନାଥପୁର ରାଜସ୍ବ ଗ୍ରାମରେ କାମ ହେଉଥିବା ବେଳେ ଧଳାପଥରର ନାମ ଫଳକ ସ୍ଥାପନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୌସୁମୀ ବର୍ଷା ଆଗମନର ସୁଯୋଗ ନେଇ ତରବରିଆ ଭାବେ ମେସିନରେ କାମ କରି ବିଲ୍ କରି ନେବା ପାଇଁ ଚେଷ୍ଟା ଚାଲିଛି। ଶହ ଶହ ଟ୍ରିପ ମାଟି ବିକ୍ରି କରାଯାଇଥିବା ବେଳେ ଧଳାପଥର ଗୋପିନାଥପୁର ଗ୍ରାମସାଥୀଙ୍କୁ ବାଦ ଦେଇ ପାଖ ଗ୍ରାମର ଗ୍ରାମସାଥୀଙ୍କ ଦ୍ଵାରା କାମ କରାଯାଉଛି।

ବୁଧବାର ହୋଇଥିବା ବର୍ଷା ପାଇଁ ଚାରିପଟେ ମାଟି ଧୋଇ ହୋଇ ପୂର୍ବ ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହେଇଛି। ଏ ସଂପର୍କ ରେ ବୋଲଗଡ଼ ବି ଡି ଓ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ ବିଭାଗୀୟ ଅଧିକାରୀଙ୍କୁ ପ୍ରମାଣ ସହିତ ଅଭିଯୋଗ କରାଯାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ବୋଲଗଡ଼ ବି ଡି ଓ, ଏହା ଉପରେ ତଦନ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଟେଲିଫୋନ କରି ଏ ଘଟଣାରେ ହସ୍ତକ୍ଷେପ ନ କରିବା ପାଇଁ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହି ଘଟଣାର ଉଚ୍ଚ କର୍ତ୍ତୃପକ୍ଷ ଯୁଦ୍ଧକାଳୀନ ଭିତିରେ ତଦନ୍ତ କରି ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories