www.samajalive.in
Tuesday, December 9, 2025
23.1 C
Bhubaneswar

ବାରଙ୍ଗରେ ଖଣି ବିଭାଗର ଚଢଉ ଜାରି ; ୩ ଦିନରେ ୧୦ ଗାଡି ଜବତ

ନନ୍ଦନକାନନ : ବାରଙ୍ଗରେ ଲଘୁ ଖଣିଜ ବିଭାଗର ଚଢାଉ ଜାରି ରହିଥିବା ବେଳେ ପୁଣି ରବିବାର ବିଳମ୍ବିତ ରାତିରେ ଆଉ ୭ଟି ଗାଡି ଜବତ କରା ଯାଇଥିଲା। ସେଥିମଧ୍ୟରେ ୬ଟି ଟ୍ରକ ଓ ଗୋଟିଏ ହାଇୱା ରହିଛି । ବାରଙ୍ଗର ବିଭିନ୍ନ ପ୍ରବେଶ ପଥରେ ଚଢ଼ଉ କରାଯାଇ ବେଆଇନ ଭାବରେ ବିଭିନ୍ନ ଲଘୁ ଖଣିଜ ପରିବହନରେ ବ୍ୟବହୃତ ଟ୍ରକ ଓ ହାଇୱାଗୁଡ଼ିକୁ ଅଟକାଇ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଗାଡ଼ିରେ ଚାଲାଣ କାଗଜପତ୍ର ଠିକ ନଥିବାରୁ ସେଗୁଡ଼ିକ ଜବତ କରି ବାରଙ୍ଗ ପୁଲିସ ଜିମା ଦିଆଯାଇଛି। ଜରିମାନା ପଇଠ ନ କଲେ, ଗାଡ଼ିଗୁଡ଼ିକୁ ଅଦାଲତ ଚାଲାଣ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ଥାଇରଏଡ ପାଇଁ ଶରୀରରେ ହୁଏ ଏସବୁ ପରିବର୍ତ୍ତନ, ମିଳେ ଏହି ସଙ୍କେତ.. 

- Advertisement -

ଏଠାରେ ସୂଚନା ଯୋଗ୍ୟ ଗତ ଶନିବାର ବିଳମ୍ବିତ ରାତିରେ ଗୋଡ଼ିସାହି ନିକଟରୁ ଏକ ହାଇୱା ଜବତ କରାଯାଇଥିବାବେଳେ ପୁନଃଶ୍ଚ ରବିବାର ଆଉ ଦୁଇଟି ଗାଡି (ଟ୍ରକ ଓ ହାଇୱା ) ଜବତ କରାଯାଇ ଗୋଡ଼ିସାହି ଫାଣ୍ଡି ପୁଲିସ ଜିମା ଦିଆଯାଇଥିଲା ।ଏହିପରି ୩ ଦିନ ମଧ୍ୟରେ ୧୦ଟି ଗାଡି ଜବତ କରାଯାଇଛି ।ବାରଙ୍ଗ ଅଞ୍ଚଳରେ ବ୍ୟାପକ ଭାବରେ ବାଲି ଲଘୁ ଖଣିଜ ଚୋରା ଚାଲାଣ ହେଉଛି। ଅନ୍ୟ ପକ୍ଷରେ ଅଧିକ ମାତ୍ରାରେ ବାଲି ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳୁଛି । ଆଗକୁ ବର୍ଷା ଦିନ ଆସୁଥିବାରୁ ନଦୀରେ ବନ୍ୟା ଆସିବ। ଫଳରେ ବାଲି ଉଠାଣ ଏକ ପ୍ରକାର ବନ୍ଦ ହୋଇଯିବ। ତେଣୁ ମାଫିଆମାନେ ଏବେ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି ଏବଂ ନଦୀରୁ ବାଲି ଉଠାଇ ବର୍ଷା ଦିନିଆ ବେପାର ପାଇଁ ଅନ୍ୟତ୍ର ଠୁଳ କରି ରଖୁଛନ୍ତି। ରାତିଅଧିଆ ଏହି ବେପାର ପାଇଁ ମାଫିଆମାନଙ୍କ ଗାଡ଼ି ଦ୍ରୁତଗତିରେ ଯାତାୟାତ କରି ସ୍ଥାନୀୟ ଲୋକଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛନ୍ତି। ଏମିତି ବହୁ ଅଭିଯୋଗ ହେବା ପରେ ଲଘୁ ଖଣିଜ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି ।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories