www.samajalive.in
Monday, December 8, 2025
14.1 C
Bhubaneswar

ମେଲ୍‌ବୋର୍ଣ୍ଣ ଟେଷ୍ଟରେ ବିଜୟ ସହ ଭାରତ ୨-୧ରେ ଆଗୁଆ

ବଜାୟ ରଖିଲା  ବର୍ଡର-ଗାଭାସ୍କର ଟ୍ରଫି

ମେଲ୍‌ବୋର୍ଣ୍ଣ : ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ୍ ଜିତିବାର ଖୁବ୍ ନିକଟବର୍ତ୍ତୀ ହୋଇପାରିଛି ଭାରତୀୟ ଦଳ। ରବିବାର ସମାପ୍ତ ହୋଇଥିବା ୩ୟ ଟେଷ୍ଟମ୍ୟାଚ୍‌ରେ ଭାରତ ୧୩୭ ରନ୍‌ରେ ବିଜୟୀ ହୋଇଛି। ଏହି ବିଜୟ ଫଳରେ ଚଳିତ ସିରିଜ୍‌ରେ ଭାରତ ଅପରାଜେୟ ୨-୧ ଲିଡ୍ ନେଇପାରିଛି। ରବିବାର ୫ମ ତଥା ଅନ୍ତିମ ଦିନ ଆରମ୍ଭରୁ ବର୍ଷା ଭାରତୀୟ ଖେଳାଳିଙ୍କ ମୁଣ୍ଡବିନ୍ଧା ବଢ଼ାଇ ଦେଇଥିଲା ଏବଂ ପ୍ରଥମ ଅଧିବେଶନ ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଥିଲା। ତେବେ ଖେଳ ଆରମ୍ଭହେବା ମାତ୍ରେ ମେଲ୍‌ବୋର୍ଣ୍ଣରେ ଏହି ସ୍ମରଣୀୟ ଟେଷ୍ଟ ବିଜୟ ପାଇଁ ଭାରତ ମାତ୍ର ୨୭ଟି ବଲ୍ ନେଇଥିଲା। ଏହି ୨୭ ବଲ୍‌ରେ ଅଷ୍ଟ୍ରେଲିଆ ଆଉ ମାତ୍ର ୩ ରନ୍ ଯୋଗକରି ୨୬୧ ରନ୍‌ରେ ଅଲ୍ଆଉଟ ହୋଇ ଯାଇଥିଲା। ଏହି ବିଜୟ ସହ ୪ ମ୍ୟାଚ୍‌ର ସିରିଜ୍‌ରେ ଭାରତ ୨-୧ରେ ଆଗୁଆହୋଇ ନିଶ୍ଚିତ କରିଛି ଯେ ସିରିଜ୍‌ରେ ଏହାର ପରାଜୟ ଅସମ୍ଭବ। ଫଳରେ ଭାରତ ସମ୍ମାନଜନକ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିଛି। ଆସନ୍ତା ୩ରୁ ଉଭୟ ଦଳଙ୍କ ମଧ୍ୟରେ ୪ର୍ଥ ତଥା ଅନ୍ତିମ ଟେଷ୍ଟମ୍ୟାଚ୍ ଆରମ୍ଭହେବ। ଭାରତ ଏହି ଟେଷ୍ଟମ୍ୟାଚ୍ ଡ୍ର ରଖିଲେ କିମ୍ବା ବିଜୟୀହେଲେ ତା’ର କ୍ରିକେଟ ଇତିହାସରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ୍ ଜିତିବ।
ସୂଚନାଯୋଗ୍ୟ; ଭାରତୀୟ କ୍ରିକେଟ ଇତିହାସରେ ଏହା ୧୫୦ତମ ଟେଷ୍ଟମ୍ୟାଚ୍ ବିଜୟ। ପୁଣି ଦୀର୍ଘ ୩୭ ବର୍ଷ ପରେ ମେଲ୍‌ବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଭାରତ ଟେଷ୍ଟମ୍ୟାଚ୍ ଜିତିପାରିଛି। ଶେଷଥର ପାଇଁ ୧୯୮୦-୮୧ ସିରିଜ୍‌​‌େ​‌ର ଏଠାରେ ସୁନୀଲ ଗାଭାସ୍କର ନେତୃତ୍ବାଧୀନ ଭାରତୀୟ ଦଳ ​‌େ​‌ଗ୍ରଗ୍ ଚାପେଲଙ୍କ ଅଷ୍ଟ୍ରେଲିଅା ଦଳକୁ ପରାସ୍ତ କରିଥିଲା। ୨ୟ ଇନିଂସରେ କଷ୍ଟସାଧ୍ୟ ୩୯୯ ରନ୍ ବିଜୟଲକ୍ଷ୍ୟର ପିଛା କରୁଥିବା ଘରୋଇ ଅଷ୍ଟ୍ରେଲିଆ ଶନିବାର ୪ର୍ଥ ଦିନ ଖେଳ ଶେଷସୁଦ୍ଧା ୮ ୱିକେଟ ହରାଇ ୨୫୮ ରନ୍ କରିଥିବା ବେଳେ ଏହାର ପରାଜୟ ନିଶ୍ଚିତ ଲାଗୁଥିଲା। ତେବେ ଭାରତ ପାଇଁ ଚିନ୍ତାଜନକ ଥିଲା ବର୍ଷା। ରବିବାର ସକାଳୁ ଭାରତୀୟ ଦଳ ନିଦରୁ ଉଠିବା ବେଳକୁ ଏହାକୁ ବର୍ଷା ସ୍ବାଗତ କରିଥିଲା। ଭାରତୀୟ ଦଳ ପାଭିଲିଅନ୍‌ରେ ବର୍ଷା କମିବା ଲାଗି ଅପେକ୍ଷା କରିଥିଲେ। ପ୍ରଥମ ଅଧିବେଶନ ଧୋଇଯିବା ପରେ ୨ୟ ଅଧିବେଶନ ପୂର୍ବରୁ ବର୍ଷା କମି ଯାଇଥିଲା। ଭାରତୀୟ ଖେଳାଳି ପଡ଼ିଆକୁ ଓହ୍ଲାଇ ବାକିଥିବା କାମ ପୂରା କରିଥିଲେ। ୪ର୍ଥ ଦିନରେ ଭାରତକୁ ନିରାଶ କରିଥିବା ପ୍ୟାଟ୍ କମିନ୍‌ସ ୬୩ ରନ୍‌କରି ଯଶପ୍ରୀତ ବୁମ୍‌ରାଙ୍କ ଶିକାର ହୋଇଥିଲେ। ପରେ ଈଶାନ୍ତ ଶର୍ମାଙ୍କ ବଲ୍‌ରେ ହୁକ୍‌ମାରିବା ପ୍ରୟାସରେ ନାଥାନ୍ ଲାୟନ୍ (୭) ୱିକେଟ ପଛରେ କ୍ୟାଚ୍ ଦେଇଥିଲେ। ଯଶପ୍ରୀତ ବୁମ୍‌ରା ଓ ରବୀନ୍ଦ୍ର ଜାଡ଼େଜା ୩ଟି ଲେଖାଏଁ ଏବଂ ଈଶାନ୍ତ ଶର୍ମା ଓ ମହମ୍ମଦ ସାମି ୨ଟି ଲେଖାଏଁ ୱିକେଟ ନେଇଥିଲେ। ଏହି ମ୍ୟାଚ୍‌ରେ ୮୬ ରନ୍‌ଦେଇ ମୋଟ ୯ଟି ୱିକେଟ ନେଇ ଭାରତୀୟ ବିଜୟରେ ବିନ୍ଧାଣୀ ସାଜିଥିବା ଯଶପ୍ରୀତ ବୁମ୍‌ରା ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ। ଏହି ମ୍ୟାଚ୍‌ରେ ୯ଟି ୱିକେଟ ନେଇ ଅଷ୍ଟ୍ରେଲିଆ ମାଟିରେ ଏକ ଟେଷ୍ଟ​‌େ​‌ର ସର୍ବାଧିକ ୱିକେଟ ନେବାର କୃତିତ୍ବ ବୁମ୍‌ରା ହାସଲ କରିଛନ୍ତି। ପୁଣି ଟେଷ୍ଟ ଜୀବନର ପ୍ରଥମ ବର୍ଷରେ ମୋଟ ୪୮ଟି ୱିକେଟ ନେଇ ବୁମ୍‌ରା ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବୋଲର ଭାବେ ନିଜକୁ ପ୍ରମାଣିତ କରି ପାରିଛନ୍ତି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories