www.samajalive.in
Thursday, December 11, 2025
16.1 C
Bhubaneswar

ଜିଲାସ୍ତରୀୟ ବ୍ୟାଡମିଣ୍ଟନ ଉଦଯାପିତ

ବୌଦ୍ଧ : ବୌଦ୍ଧ ବ୍ୟଡମିଣ୍ଟନ ଏସୋସିଏସନ ଆନୁକୂଲ୍ୟରେ ବୌଦ୍ଧ ଇଣ୍ଡୋର ଷ୍ଟାଡିୟମଠାରେ ଚାଲିଥିବା ଦୁଇଦିନିଆ ଜିଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ବ୍ୟାଡମିଣ୍ଟନ ଆସୋସିଏସନର ସଭାପତି ଜୁଲିୟସସିଜର ମହାକୁଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କୃତ କରିଥିଲେ ।

ଏହି ଜିଲାସ୍ତରୀୟ ପ୍ରତିଯୋଗିତାରେ ୫୦ ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାର ୧୯ବର୍ଷରୁ କମ୍‌ ବାଳକ(ସିଙ୍ଗଲ) ବିଭାଗରେ ଜ୍ୟୋତିରଂଜନ ସେଠୀ ପ୍ରଥମ ସ୍ଥାନ ଅଧିକାର କରି ଚାମ୍ପିୟନ ହୋଇଥିବାବେଳେ ବାପୁନ ମେହେର ଦ୍ୱିତିୟ, ୧୯ବର୍ଷରୁ କମ୍‌ ବାଳକ(ଡବଲ) ବିଭାଗରେ ତନ୍ମୟ ପ୍ରଧାନ ଓ ବାପୁନ ମେହେର ପ୍ରଥମ ଏବଂ ଶୁଭ୍ରଜ୍ୟୋତି ମେହେର ଓ ଜ୍ୟୋତିରଂଜନ ସେଠୀ ଦ୍ୱିତିୟ ସ୍ଥାନ ଅଧିକାର କରିଥିଲେ । ସେହିପରି ସିନିୟର (ଡବଲ)ରେ ସାଗର ଗୁପ୍ତା ଓ ଚନ୍ଦନ ମେହେର ପ୍ରଥମ ଏବଂ ବିବେକାନନ୍ଦ କର୍ଣ୍ଣ ଓ ରମାକାନ୍ତ ମେହେର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ।

- Advertisement -

ଓଡ଼ିଶା ବ୍ୟାଡମିଣ୍ଟନ ଆସୋସିଏସନର ମାନ୍ୟତାପ୍ରାପ୍ତ ରେଫରୀ ବଦ୍ରିନାରାୟଣ ମିଶ୍ର ମ୍ୟାଚ ରେଫରି ଓ ସୁବ୍ରତ ପୁରୋହିତ ଟେକନିକାଲ ଅଫିସର ଦାୟିତ୍ୱ ତୁଲାଇଥିଲେ । ବିବେକାନନ୍ଦ କର୍ଣ୍ଣ ଓ ମନୋରଂଜନ ମହାକୁଡ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ । ବ୍ୟାଡମିଣ୍ଟନ ଆସୋସିଏସନର ଉପସଭାପତି ପ୍ରଦୋଷ କୁମାର ମହାରଣା,ସଂପାଦକ ହୃଦାନନ୍ଦ ମିଶ୍ର,ସଂଯୋଜକ ସୁନ୍ଦର ପ୍ରକାଶ, ପ୍ରତିଯୋଗିତାର ସଂଗଠନ ସଂପାଦକ ଶିବାନନ୍ଦ ସାହୁ, କୋଷାଧ୍ୟକ୍ଷ ଆଲୋକ କୁମାର ରଥ ତଥା ସଦସ୍ୟ ଇଂ.ପରେଶ କୁମାର ବେହେରାଙ୍କ ସମେତ ସମସ୍ତ ସଦସ୍ୟଙ୍କ ସହଯୋଗରେ ଶୃଙ୍ଖଳିତ ଓ ସଫଳତାର ସହିତ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଜିଲାପ୍ରଶାସନ ପକ୍ଷରୁ ସହଯୋଗ ଯୋଗାଇଦିଆଯାଇଥିବାରୁ ଆସୋସିଏସନ ପକ୍ଷରୁ କୃତଜ୍ଞତା ପ୍ରକାଶ କରାଯାଇଥିଲା ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories