www.samajalive.in
Saturday, December 13, 2025
26.1 C
Bhubaneswar

ପୁଣି କେଜ୍ରିୱାଲଙ୍କୁ ସୁପ୍ରିମ୍ ଝଟକା..

ନୂଆଦିଲ୍ଲୀ : ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଝଟକା। ସୁପ୍ରିମକୋର୍ଟରୁ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି। ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ୍ ଉପରେ ଦିଲ୍ଲୀ ହାଇକୋର୍ଟ ଲଗାଇଥିବା ରୋକକୁ ହଟାଇବା ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟ ନିଷ୍ପତ୍ତିକୁ ଅପେକ୍ଷା କରିବା ସହ ଆଗକୁ କ’ଣ ହେଉଛି , ଯଦି ହାଇକୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି ଏଥିରେ ହସ୍ତକ୍ଷେପ କରିବା ଉପଯୁକ୍ତ ନୁହେଁ। ମଙ୍ଗଳବାର ସୁଦ୍ଧା ହାଇକୋର୍ଟଙ୍କ ନିଷ୍ପତ୍ତି ଆସିବାର ସମ୍ଭାବନା ରହିଛି। ତେଣୁ ବୁଧବାର ଏହି ଆବେଦନର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସୂଚନା ଯୋଗ୍ୟ,  ଜୁନ ୨୦ରେ ରାଉଜ ଆଭିନ୍ୟୁ କୋର୍ଟ କେଜ୍ରିୱାଲଙ୍କ ଜାମିନ ମଞ୍ଜୁର କରିଥିଲେ। ହେଲେ  ୨୧ ତାରିଖରେ ଦିଲ୍ଲୀ ହାଇକୋର୍ଟ ଏହା ଉପରେ ରୋକ ଲଗାଇଥିଲେ।

ତଳ କୋର୍ଟଙ୍କ ଜାମିନ ମଞ୍ଜୁର ଆଦେଶକୁ ଚାଲେଞ୍ଜ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଇକୋର୍ଟରେ ପିଟିଶନ ଦାଖଲ କରିଥିଲା। ଏହାର ତ୍ୱରିତ ଶୁଣାଣି ପାଇଁ ଇଡି ପକ୍ଷରୁ ହାଇକୋର୍ଟରେ ଅନୁରୋଧ କରାଯାଇଥିଲା, ଯାହାକୁ ଅଦାଲତ ଗ୍ରହଣ କରିଥିଲେ।

ଏହି ସମୟରେ ଭଗବାନ ଶଙ୍କରଙ୍କୁ ପୂଜା କଲେ ଘରେ ରହିବନି ଧନର ଅଭାବ..

- Advertisement -

ଇଡି ଦାବି କରିଥିଲା ଯେ, କେଜ୍ରିୱାଲଙ୍କ ଜାମିନ ଆବେଦନକୁ ବିରୋଧ କରିବା ଲାଗି ସେମାନଙ୍କୁ ସୁଯୋଗ ମିଳିନାହିଁ। ତେଣୁ ତଳ କୋର୍ଟଙ୍କ ଜାମିନ ନିଷ୍ପତ୍ତି ଉପରେ ରୋକ ଲଗାଯାଉ। କେଜ୍ରିୱାଲଙ୍କ ଓକିଲ ଇଡି ତରଫରୁ ମାମଲା ଲଢ଼ୁଥିବା ଓକିଲଙ୍କୁ କହିଥିଲେ ଯେ, ଇଡି କୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ସ୍ୱୀକାର କରିବା ଉଚିତ।
ଅନ୍ୟପଟେ ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ, ଯେପର୍ଯ୍ୟନ୍ତ ହାଇକୋର୍ଟରେ ଇଡି ପିଟିଶନର ଶୁଣାଣି ଶେଷ ହୋଇନାହିଁ ସେ ପର୍ଯ୍ୟନ୍ତ ତଳ କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ହୋଇପାରିବ ନାହିଁ।

ଆଉ ମାତ୍ର ୨୪ ଘଣ୍ଟା ପରେ ଏହି ରାଶିଙ୍କ ଭାଗ୍ୟ ଚମକାଇବେ ବୁଧ, ମିଳିବ ଧନ, ଚାକିରି..

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories