www.samajalive.in
Sunday, December 14, 2025
26.1 C
Bhubaneswar

ମା’ ନାରାୟଣୀଙ୍କ ଶୁଭଖୁଣ୍ଟି ପ୍ରତ୍ୟାଗମନ

ଫୁଲବାଣୀ: ଚଳିତବର୍ଷ ମା’ ନାରାୟଣୀ ଠାକୁରାଣୀଙ୍କ ୨୬ ତମ ଯାତ୍ରା ଉପଲକ୍ଷେ ଗତ ବିଷୁବ ସଂକ୍ରାନ୍ତି ଦିନ ରୀତିନୀତି ଅନୁସାରେ ବାଜା ବାଜଣା ସହ ରାମ ମନ୍ଦିର ନିକଟ ଯାତ୍ରା ପଡିଆ ଅସ୍ଥାୟୀ ମନ୍ଦିରରୁ ମା’ଙ୍କ ଆଜ୍ଞାମାଳ ଆଣି ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ମା’ ନାରାୟଣୀ ଗତ ମେ ମାସ ୧୦ ତାରିଖରେ ବିରାଟ ଶୋଭାଯାତ୍ରାରେ ସ୍ଵମନ୍ଦିରରୁ ଆସି ଅସ୍ଥାୟୀ ମନ୍ଦିରରେ ରହି ଦିର୍ଘ ଏକ ମାସ ପରେ ଗତ ଜୁନ ୧୧ରେ ସ୍ଵମନ୍ଦିରକୁ ପ୍ରତ୍ୟାଗମନ କରିଥିଲେ। ଆଜି ସେହି ଶୁଭଖୁଣ୍ଟିକୁ ବାଜା ବାଜଣା ସହ ପୁଣି ମନ୍ଦିରକୁ ପ୍ରତ୍ୟାଗମନ କରାଯାଇଛି। ଗମନ ସମୟରେ ଯାତ୍ରା ପରିଚାଳନା କମିଟି ସଭାପତି ପି. ସୁଧାଂଶୁ ସେନାପତି, ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ,ସହ ସମ୍ପାଦକ ଅରୁଣ ପଣ୍ଡା, ସୀମାଞ୍ଚଳ ପ୍ରଧାନ, ଅର୍ଥ ସମ୍ପାଦକ କାବୁଲା ସେନାପତି, କାର୍ଯ୍ୟକାରୀ ସଦସ୍ୟ ଅସିତ୍ ମହାନ୍ତି, ଆଦିତ୍ୟ ପ୍ରସାଦ ତ୍ରିପାଠୀ, କେଶବ ରାଓ, ଭି. ଜଗନ୍ନାଥ ରାଜୁ, ଜିତେନ୍ଦ୍ର ସାହୁ, ଅଶୋକ ତ୍ରିପାଠୀ, ପୂଜକ ସଞ୍ଜୟ ଦାସ, ସନ୍ତୋଷ ଦାସ, ସୂର୍ୟ୍ୟ ପଣ୍ଡା, ଶ୍ରୀକାନ୍ତ ପଣ୍ଡା ଓ ପିତାମ୍ବର ପଣ୍ଡା, ଯୁବ ବ୍ୟବସାୟୀ କ୍ରିଷ୍ଣା ସେନାପତିଙ୍କ ସମେତ ଘଟଧାରୀ ମା’ମାନେ ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories