www.samajalive.in
Friday, December 12, 2025
23.1 C
Bhubaneswar

ନୂତନ ଓଡ଼ିଶାର ଅଭ୍ୟୁଦୟ ଶୀର୍ଷକ ଆଲୋଚନାଚକ୍ର

ଭୂବନେଶ୍ୱର: ଆଇସିଏସଆଇର ପୂର୍ବ ଭାରତ ଆଞ୍ଚଳିକ ପରିଷଦ ଭୁବନେଶ୍ୱର ଶାଖା ଦ୍ୱାରା ଷ୍ଟେଟ କନଫରେନ୍ସ ‘ଅଭ୍ୟୁଦୟ’ ସଫଳତା ପୂର୍ବକ ‘ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ’ ହୋଟେଲ ମେଫେୟାରଠାରେ ଉଦଘାଟିତ ହୋଇଅଛି। ଓଡିଶାର ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଉକ୍ତ ସମ୍ମିଳନୀରେ ସମ୍ମାନିତ ଅତିଥିଭାବେ ରାଜୀବ ଶେଖର ସାହୁ ଏବଂ ହିମାଂଶୁ ଶେଖର ଯୋଗ ଦେଇଥିଲେ। ଉକ୍ତ ସମ୍ମିଳନୀରେ ପୌରାହିତ୍ୟ କରିଥିଲେ ଭୁବନେଶ୍ୱର ଶାଖା ଅଧ୍ୟକ୍ଷ ରୁଦ୍ର ମାଧବ ସାହୁ। ଧନ୍ୟବାଦ ଅର୍ପଣ କରିଥିଲେ ଭୁବନେଶ୍ୱର ଶାଖାର ସମ୍ପାଦକ  ଶ୍ରୀମନ୍ତ ବାବୁ।

ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଷ୍ଟ୍ର ନିର୍ମାଣରେ କମ୍ପାନୀ ସେକ୍ରେଟେରୀଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ଓଡିଶାରେ ଶିଳ୍ପର ଅଭିବୃଦ୍ଧି ନିମନ୍ତେ କମ୍ପାନୀ ସଚିବ ମାନଙ୍କୁ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଉପଦେଶ ଦେଇଥିଲେ। ସମ୍ମାନୀତ ଅତିଥି ରାଜୀବ ଶେଖର ସାହୁ, ଓଡିଶାରେ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ନିମନ୍ତେ ବର୍ତ୍ତମାନର ଶିଳ୍ପନୀତିରେ ଆବଶ୍ୟକୀୟ ପରିବର୍ତ୍ତନ ନିମନ୍ତେ ଅନୁରୋଧ କରିଥିଲେ ଓ କମ୍ପାନୀ ସେକ୍ରେଟେରୀ ମାନଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ସାଧୁବାଦ ଜଣାଇଥିଲେ। ଅନ୍ୟତମ ମୁଖ୍ୟ ଅତିଥି ଶ୍ରୀ ହିମାଂଶୁ ଶେଖର କମ୍ପାନୀ ଆଇନ୍, ୨୦୧୩ ଏବଂ ଏହାର ପାଳନ ନିମନ୍ତେ କମ୍ପାନୀ ସେକ୍ରେଟେରୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।

- Advertisement -

ସମ୍ମଳନୀକୁ କମ୍ପାନୀ ସେକ୍ରେଟେରୀ ଏବଂ ବିଶିଷ୍ଟ ଶିଳ୍ପ ବିଶେଷଜ୍ଞ ବିଶ୍ୱରଞ୍ଜନ ସୁତାର ସମ୍ବୋଧନ କରିଥିଲେ। ଏଥିରେ ୨୫୦ରୁ ଉର୍ଦ୍ଧ କମ୍ପାନୀ ସେକ୍ରେଟେରୀଙ୍କ ସମେତ ଶିଳ୍ପ ବିଶେଷଜ୍ଞ ଯୋଗଦାନ କରିଥିଲେ। ସମ୍ମିଳନୀକୁ ପରିଚାଳନା କରିଥିଲେ ସଂସ୍ଥାର ଭୂବନେଶ୍ୱର ଶାଖାର ପୂର୍ବତନ ଅଧ୍ୟକ୍ଷ ପ୍ରିୟଦର୍ଶୀ ନାୟକ ଓ ସୌମ୍ୟ ସୁଜିତ ମିଶ୍ର। ଅନ୍ୟମାନଙ୍କ ମଧ୍ୟରେ ଶାଖାର ଉପାଧ୍ୟକ୍ଷ ସସ୍ମିତା ପଣ୍ଡା, କୋଷାଧ୍ୟକ୍ଷ ନୀଳକଣ୍ଠ ସାମଲ, ଜ୍ୟୋତିମୟୀ ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରିଥିଲେ। ଏହି ସମ୍ମିଳନୀ ଦୁଇ ଦିନ ପାଇଁ ଚାଲିବ।

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories