www.samajalive.in
Sunday, December 14, 2025
16.1 C
Bhubaneswar

ଜିଏସଟି ପରିସରଭୁକ୍ତ ହେବ ପେଟ୍ରୋଲ, ଡିଜେଲ ! ରାଜ୍ୟ ଉପରେ ନିଷ୍ପତ୍ତି ଛାଡ଼ିଲେ ଅର୍ଥମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ପେଟ୍ରୋଲ ଏବଂ ଡିଜେଲ ସମେତ ତୈଳଜାତ ଉତ୍ପାଦଗୁଡ଼ିକ ଖୁବଶୀଘ୍ର ଦ୍ରବ୍ୟ ଏବଂ ସେବା କର(ଜିଏସଟି) ପରିସରଭୁକ୍ତ ହୋଇପାରେ। କାରଣ କେନ୍ଦ୍ର ସରକାର ଏ ନେଇ ସବୁଜ ସଙ୍କେତ ଦେଇଛନ୍ତି ଏବଂ ଏ ସମ୍ପର୍କିତ ଅବଶିଷ୍ଟ ନିଷ୍ପତ୍ତି ରାଜ୍ୟଗୁଡ଼ିକ ଉପରେ ଛାଡ଼ିଛନ୍ତି।

ପେଟ୍ରୋଲ, ଡିଜେଲ ଜିଏସଟି ପରିସରଭୁକ୍ତ ହୋଇ ନ ଥିବାରୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପୃଥକ ଟିକସ ସଂଗ୍ରହ କରୁଥିବା ଯୋଗୁ ଏହି ଉତ୍ପାଦର ମୂଲ୍ୟ ସବୁବେଳେ ଅଧିକ ରହୁଛି, ଯାହାର ବୋଝ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଖାଉଟିଙ୍କ ଉପରେ ପଡ଼ୁଛି। ତେଣୁ ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ଦୀର୍ଘଦିନ ହେବ ଦାବି ହୋଇଆସୁଛି।

- Advertisement -

ଜୁନ ୨୨ରେ ୫୩ତମ ଜିଏସଟି ପରିଷଦ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, ୨୦୧୭ ଜୁଲାଇ ୧ରେ ସାରା ଦେଶରେ ଜିଏସଟି ଲାଗୁ ହୋଇଥିଲା। କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ଉତ୍ପାଦ ଉପରେ ନେଉଥିବା ଟିକସକୁ ମିଶାଇ ଗୋଟିଏ ଟିକସ ନିୟମ ଲାଗୁ ହୋଇଥିଲା। କିନ୍ତୁ ୫ଟି ଉତ୍ପାଦ ଯଥା- ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ, ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ଜିଏସଟି ଆଇନରେ ଅନ୍ତର୍ଭୁ୍‌‌କ୍ତ ହୋଇଥିଲେ ହେଁ, ଏସବୁ ଉତ୍ପାଦଗୁଡ଼ିକୁ ଜିଏସଟିରୁ ବାଦ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ଲାଗୁ କରିବାକୁ ସେତେବେଳେ ନିଷ୍ପତ୍ତି ହୋଇଥିଲା।

ଅର୍ଥମନ୍ତ୍ରୀ କହିଛନ୍ତି, ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବା ଲାଗି କେନ୍ଦ୍ର ସରକାର ପୂର୍ବରୁ ବ୍ୟବସ୍ଥା କରିସାରିଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏହି ଉତ୍ପାଦଗୁଡ଼ିକୁ ପୂର୍ବରୁ ଜିଏସଟି ଆଇନରେ ସାମିଲ କରିସାରିଛନ୍ତି। ବର୍ତ୍ତମାନ ରାଜ୍ୟଗୁଡ଼ିକ ଉପରେ ସବୁକିଛି ନିର୍ଭର କରୁଛି। ରାଜ୍ୟ ସରକାର କେନ୍ଦ୍ର ସହିତ ମିଶି ଏ ନେଇ ଆଲୋଚନା କରିବା ସହିତ ଜିଏସଟି ଆଧାରରେ ଏହି ଉତ୍ପାଦଗୁଡ଼ିକ ଉପରେ କେତେ ଟିକସ ଲାଗୁ କରାଯିବ ସେ ନେଇ ନିଷ୍ପତ୍ତି ନେବା ଉଚିତ। କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲକୁ ଜିଏସଟି ଆଇନ ପରିସରଭୁକ୍ତ କରି ତାଙ୍କ ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଦେଇଛନ୍ତି। ଏହି ଉତ୍ପାଦ ଜିିଏସଟି ଅଧୀନକୁ ଆସୁ ବୋଲି ଆମେ ଚାହୁଁଛୁ। ଏବେ ରାଜ୍ୟଗୁଡ଼ିକ ନିଜର ସହମତି ଜଣାଇବା ସହିତ ଜିଏସଟି ପରିଷଦକୁ ଆସନ୍ତୁ ଏବଂ ଟିକସ ଉପରେ ନିଷ୍ପତ୍ତି ନିଅନ୍ତୁ ବୋଲି ସୀତାରମଣ କହିଛନ୍ତି। ପେଟ୍ରୋଲ ଏବଂ ଡିଜେଲ ସମେତ ୫ଟି ଯାକ ଉତ୍ପାଦ ଉପରେ ଜିଏସଟି ଅଧୀନରେ କେତେ ଟିକସ ଲାଗୁ ହେବ ସେ ନେଇ ଥରେ ନିଷ୍ପତ୍ତି ହୋଇଯିବା ପରେ ତାହାକୁ ଜିଏସଟି ଆଇନ ପରିସରଭୁକ୍ତ କରିଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories