www.samajalive.in
Friday, December 5, 2025
20.1 C
Bhubaneswar

ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇଲା ଆଫଗାନିସ୍ତାନ

ସମାଜ ଡିଜିଟାଲ ଡେସ୍କ: ଚଳିତ ଟି-୨୦ ବିଶ୍ୱକପ କ୍ରିକେଟରେ ବଡ଼ ବିପର୍ଯ୍ୟୟ ଘଟାଇଛି ଆଫଗାନିସ୍ତାନ ଦଳ। ବିଶ୍ୱ ଚାମ୍ପିୟନ ଶକ୍ତିଶାଳୀ ଅଷ୍ଟେଲିଆକୁ ହରାଇ ସେମିଫାଇନାଲରେ ପ୍ରବେଶ କରିବା ଆଶାକୁ ଉଜ୍ଜୀବିତ ରଖିଛି ଆଫଗାନିସ୍ତାନ। ଶନିବାର କିଙ୍ଗଷ୍ଟନରେ ଖେଳାଯାଇଥିବା ସୁପର ୮ ମୁକାବିଲାରେ ଆଫଗାନିସ୍ତାନ ହେଭିୱେଟ ଅଷ୍ଟ୍ରେଲିଆକୁ ୨୧ ରନରେ ପରାସ୍ତ କରିଛି।

ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ଦୁଇ ଓପନର ଗୁରବାଜ ଏବଂ ଇବ୍ରାହିମ ଜଦରାନଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୪୮ ରନ୍‌‌ ସଂଗ୍ରହ କରିଥିଲା। ଗୁରବାଜ ୪୯ ବଲରୁ ୬୦ ଏବଂ ଜଦରାନ ୪୮ ବଲରୁ ୫୧ ରନ ସଂଗ୍ରହ କରି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ। ଅଷ୍ଟ୍ରେଲିୟା ପକ୍ଷରୁ ପ୍ୟାଟ୍‌‌ କମିନ୍ସ ସର୍ବାଧିକ ୩ଟି ଏବଂ ଆଦାମ ଜାମ୍ପା ୨ଟି ଉଇକେଟ ଅକ୍ତିଆର କରିଥିଲେ।

- Advertisement -

୧୪୯ ରନ୍‌‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ। ବିନା କୌଣସି ରନରେ ଦଳ ପ୍ରଥମ ଉଇକେଟ ହରାଇଥିଲା। ଗୋଟିଏ ପଟେ ମ୍ୟାକ୍ସୱେଲ ଦୃଢ଼ତାର ସହିତ ଲଢ଼ୁଥିବାବେଳେ ଅନ୍ୟପଟେ କ୍ରମାଗତ ଭାବେ ଦଳ ଉଇକେଟ ହରାଇ ଚାଲିଥିଲା। ଫଳରେ ୧୯.୨ ଓଭରରେ ସମସ୍ତ ଉଇକେଟ ହରାଇ ଦଳ ୧୨୭ ରନ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା। ଆଫଗାନିସ୍ତାନ ପକ୍ଷରୁ ଗୁଲବାଦିନ ନାଏବ ସର୍ବାଧିକ ୪ଟି ଏବଂ ନବୀନ ଉଲ ହକ୍‌‌ ୩ଟି ଉଇକେଟ ହାସଲ କରିଥିଲେ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories