www.samajalive.in
Friday, December 5, 2025
26.1 C
Bhubaneswar

୬ ମାସ ନ ପୁରୁଣୁ ୧୮ ହଜାର କୋଟି ଟଙ୍କାରେ ନିର୍ମିତ ଅଟଳ ସେତୁରେ ଫାଟ

ମୁମ୍ବଇ: ମହାରାଷ୍ଟ୍ରର ମୁମ୍ବଇ ସହରରେ କିଛି ମାସ ପୂର୍ବେ ଉଦ୍‌ଘାଟିତ ହୋଇଥିବା ଅଟଳ ସେତୁରେ ଫାଟ ସୃଷ୍ଟି ହୋଇଛି। ଏହି ସେତୁ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ଏହା ଫାଟିଛି ବୋଲି ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ସଭାପତି ନାନା ପାଟୋଲେ ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ସେ ରାଜ୍ୟରେ କ୍ଷମତାସୀନ ମେଣ୍ଟ ସରକାର (ଶିବସେନା, ବିଜେପି ଓ ଏନସିପି) ଉପରେ ଦୋଷାରୋପ କରିଛନ୍ତି। ଶନିବାର ପାଟୋଲେ ଏହି ପୋଲର ଫାଟ ସୃଷ୍ଟି ହୋଇଥିବା ସ୍ଥାନ ପରିଦର୍ଶନ କରିଛନ୍ତି। ୧୮୦୦୦ କୋଟି ଟଙ୍କାରେ ନିର୍ମିତ ୨୧.୮ କିମି ଦୈର୍ଘ୍ୟ ବିଶିଷ୍ଟ ଏହି ପୋଲ ଦକ୍ଷିଣ ମୁମ୍ବଇର ସେୱରି ଓ ନଭି ମୁମ୍ବଇକୁ ସଂଯୋଗ କରୁଛି। ଚଳିତବର୍ଷ ଜାନୁଆରୀ ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପୋଲକୁ ଉଦ୍‌ଘାଟନ କରିଥିଲେ। ଅପରପକ୍ଷରେ ସେତୁରେ ଫାଟ ଅଭିଯୋଗକୁ ବିଜେପି ଖଣ୍ଡନ କରିଛି। ପ୍ରକୃତରେ ସେତୁ ନୁହେଁ, ସେତୁକୁ ସଂଯୋଗ କରୁଥିବା ସର୍ଭିସ ରୋଡରେ ଫାଟ ସୃଷ୍ଟି ହୋଇଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏହି ଫାଟ ଯୋଗୁଁ ସେତୁରେ ଚଳାଚଳ କରୁଥିବା  ଯାନବାହନ ପ୍ରତି କୌଣସି ବିପଦର ସମ୍ଭାବନା ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ କହିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories