www.samajalive.in
Sunday, December 14, 2025
23.1 C
Bhubaneswar

୧୦୮ ଗରା ଜଳରେ ସ୍ନାନ କଲେ ଶ୍ରୀଜୀଉ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରୀତିନୀତି ଅନୁସାରେ ୧୦୮ ଗରା ଜଳରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନଙ୍କର ଦିବ୍ୟ ସ୍ନାନ ନୀତି ସମ୍ପନ୍ନ ହୋଇଛି। ସେବାୟତମାନେ ୩୫ ଗରା ଜଳରେ ଶ୍ରୀଜଗନ୍ନାଥଙ୍କୁ ସ୍ନାନ କରାଇଛନ୍ତି। ସେହିପରି ବଡ଼ ଠାକୁର ଶ୍ରୀବଳଭଦ୍ର ୩୩ ଗରା ଜଳ ଏବଂ ଦେବୀ ସୁଭଦ୍ରା ୨୨ ଗରା ଜଳରେ ସ୍ନାନ କରିଛନ୍ତି। ୧୮ ଗରା ଜଳରେ ଶ୍ରୀସୁଦର୍ଶନଙ୍କ ସ୍ନାନ କରାଯାଇଛି।

ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ନୀତି ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ସମାଗମ ହୋଇ ଏହାକୁ ଦର୍ଶନ କରିଥିଲେ। ସକାଳୁ ପ୍ରବଳ ଗରମ ଗୁଳୁଗୁଳି ହେଉଥିବାବେଳେ ସ୍ନାନ ସମୟରେ ପ୍ରବଳ ବର୍ଷା ହୋଇଥିଲା। ଶ୍ରଦ୍ଧାଳୁମାନେ ବର୍ଷାରେ ଭିଜି ତିନି ଠାକୁରଙ୍କ ସ୍ନାନ ଯାତ୍ରା ଦେଖିଥିଲେ। ଏହା ପରେ ଠାକୁରଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇ ଠାକୁରଙ୍କ ଗଜବେଶ ଅନୁଷ୍ଠିତ ହେବ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories