www.samajalive.in
Sunday, December 14, 2025
15.1 C
Bhubaneswar

ଫିରିଙ୍ଗିଆରେ ମାଓବାଦୀ ପୋଷ୍ଟର, ଜନସାଧାରଣ ଭୟଭୀତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମେରବନ୍ଧ ଏବଂ ଗୋଛାପଡା ଥାନା ଅଧୀନ କ୍ରାଣ୍ଡିବାଲି, ପକାରୀ ସହ ବିଭିନ୍ନ ସ୍ଥାନରେ ମାଓବାଦୀ ପୋଷ୍ଟର ପଡ଼ିଥିବା ଦେଖିବାକୁ ମିଳିଛି। ଦୀର୍ଘ କିଛିଦିନର ନୀରବତା ପରେ ମାଓବାଦୀ ସଂଗଠନ ଏହି ଅଞ୍ଚଳରେ ପୁଣି ଥରେ ପୋଷ୍ଟର ମାରି ନିଜର ସ୍ଥିତି ଜାହିର କରିଛନ୍ତି। ଏହି ପୋଷ୍ଟର ପଡିବା ପରେ ଅଞ୍ଚଳରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଗତ ଫେବୃଆରୀ ୫ ତାରିଖ ଦିନ ଗୋଛାପଡା ଥାନା କଙ୍ଗେରିକିଆ ଗାଁରେ ପୋଲିସ ଗୁଳିରେ ମୃତ୍ୟୁବରଣ କରିଥିବା ଦୁର୍ଦ୍ଦାନ୍ତ ମାଓବାଦୀ ଦଶରୁକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଗତ ଫେବୃଆରୀ ୩ ତାରିଖ ଦିନ ମାଓବାଦୀ ଦଶରୁ ଏକ ଟିମ ସହ କଙ୍ଗେରିକିଆ ଗାଁକୁ ଆସିଥିବା ବେଳେ ଆଗରୁ ପ୍ରସ୍ତୁତ ଥିବା ପୁଲିସ ତା’କୁ ଜୀବନ୍ତ ଧରିଥିଲା ଓ ଫେବୃୟାରୀ ୫ ତାରିଖରେ ପୁଲିସ ତା’କୁ ହତ୍ୟା କରିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ଦଶରୁର ମାଓବାଦୀ ସଂଗଠନ ପ୍ରତି ଅବଦାନ ବ୍ୟର୍ଥ ଯିବନାହିଁ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ପୋଷ୍ଟର ପଡିବା ପରେ ଏହି ଅଞ୍ଚଳଗୁଡ଼ିକରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅଞ୍ଚଳବାସୀଙ୍କୁ ଭୟଭୀତ ନ ହେବା ପାଇଁ ଫିରିଙ୍ଗିଆ ଓ ଗୋଛାପଡା ସୁରକ୍ଷା ବ୍ୟବସ୍ଥାକୁ ପୁଲିସ ପକ୍ଷରୁ ନିବେଦନ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories