www.samajalive.in
Friday, December 5, 2025
26.1 C
Bhubaneswar

କେଜ୍ରିୱାଲଙ୍କ ଜାମିନ ଉପରେ ରୋକ୍‌‌ ଲଗାଇଲେ ହାଇକୋର୍ଟ

ନୂଆଦିଲ୍ଲୀ: ଜେଲରୁ ବାହାରିପାରିବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଗତ କାଲି ଅର୍ଥାତ ଜୁନ ୨୦ରେ ରାଉଜ ଆଭିନ୍ୟୁ କୋର୍ଟ କେଜ୍ରିୱାଲଙ୍କ ଜାମିନ ମଞ୍ଜୁର କରିଥିଲେ। ହେଲେ ଆଜି ଅର୍ଥାତ ୨୧ ତାରିଖରେ ଦିଲ୍ଲୀ ହାଇକୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି।

ସୂଚନା ଅନୁସାରେ, ତଳ କୋର୍ଟଙ୍କ ଜାମିନ ମଞ୍ଜୁର ଆଦେଶକୁ ଚାଲେଞ୍ଜ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଇକୋର୍ଟରେ ପିଟିଶନ ଦାଖଲ କରିଥିଲା। ଏହାର ତ୍ୱରିତ ଶୁଣାଣି ପାଇଁ ଇଡି ପକ୍ଷରୁ ହାଇକୋର୍ଟରେ ଅନୁରୋଧ କରାଯାଇଥିଲା, ଯାହାକୁ ଅଦାଲତ ଗ୍ରହଣ କରିଛନ୍ତି।

- Advertisement -

ଇଡି ଦାବି କରିଛି ଯେ, କେଜ୍ରିୱାଲଙ୍କ ଜାମିନ ଆବେଦନକୁ ବିରୋଧ କରିବା ଲାଗି ସେମାନଙ୍କୁ ସୁଯୋଗ ମିଳିନାହିଁ। ତେଣୁ ତଳ କୋର୍ଟଙ୍କ ଜାମିନ ନିଷ୍ପତ୍ତି ଉପରେ ରୋକ ଲଗାଯାଉ। କେଜ୍ରିୱାଲଙ୍କ ଓକିଲ ଇଡି ତରଫରୁ ମାମଲା ଲଢ଼ୁଥିବା ଓକିଲଙ୍କୁ କହିଥିଲେ ଯେ, ଇଡି କୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ସ୍ୱୀକାର କରିବା ଉଚିତ।
ଅନ୍ୟପଟେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ହାଇକୋର୍ଟରେ ଇଡି ପିଟିଶନର ଶୁଣାଣି ଶେଷ ହୋଇନାହିଁ ସେ ପର୍ଯ୍ୟନ୍ତ ତଳ କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ହୋଇପାରିବ ନାହିଁ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories