www.samajalive.in
Sunday, December 7, 2025
26.1 C
Bhubaneswar

୮୮ ବର୍ଷ ପରେ ପୁଣି ଆମେରିକାରେ ଭୀଷଣ ଗରମ, ୨୧ ମୃତ

ନ୍ୟୁୟର୍କ : ଆମେରିକା ସମେତ ବିଶ୍ବର ଅନେକ ଦେଶରେ ଏବେ ତାପମାତ୍ରା ଭୀଷଣ ବଢିବାରେ ଲାଗିଛି । ଏସିଆ ଓ ୟୁରୋପ ମହାଦେଶରେ ଲୋକେ ଗରମରେ ହନ୍ତସନ୍ତ ହେଉଛନ୍ତି । ସାଉଦି ଆରବରେ ତାପମାତ୍ରା ୫୧ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି । ଲୋକଙ୍କୁ ଗରମରୁ ଆଶ୍ବସ୍ତି ଦେବା ପାଇଁ ସୁଇମିଂ ପୁଲ ରାତି ୧୨ଟା ପର୍ଯ୍ୟନ୍ତ ଖୋଲା ରହୁଛି । ଅନ୍ୟପଟେ ନ୍ୟୁୟର୍କ ସହରରେ ପାଣିରେ ବୁଡି ୨୧ ଜଣଙ୍କ ମୃତ୍ୟୁ ଘଟିବା ଖବର ସାମ୍ନାକୁ ଆସିଛି । ୨୧ ଜଣଙ୍କ ମଧ୍ୟରୁ ୨ ଜଣ ଶିଶୁ ଥିଲେ । ସେମାନେ ପହଁରିବା ଜାଣିନଥିଲେ ଏବଂ ଗରମରୁ ରକ୍ଷା ପାଇବା ପାଇଁ ସୁଇମିଂ ପୁଲକୁ କୁଦିଥିଲେ ବୋଲି ସୂଚନା ମିଳିଛି ।

ଏହା ପୂର୍ବରୁ ଆମେରିକାର ଭୟଙ୍କର ଗରମ ୧୯୩୬ରେ ଦେଖିବାକୁ ମିଳିଥିଲା । ସେବେ ଇଲିନୋଇସରେ ତାପମାତ୍ରା ୩୭.୭ ଡିଗ୍ରୀ ଏବଂ ଉତ୍ତର ଡକୋଟାରେ ୪୮.୮ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା ଏବଂ ଏଥିରେ ପ୍ରାୟ ୫ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ଆମେରିକା ପାଣିପାଗ ବିଭାଗ ଫିନିକ୍ସ ସମେତ ଅନେକ ଅଞ୍ଚଳର ତାପମାତ୍ରା ୪୫.୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିବା ଅନୁମାନ ଲଗାଇଛି । ଅନ୍ୟପଟେ ସର୍ବିୟାରେ ପାଣିପାଗ ବିଶେଷଜ୍ଞ ଚଳିତ ସପ୍ତାହରେ ପ୍ରାୟ ୪୦ ଡିଗ୍ରୀ ତାପମାତ୍ରା ରେଜିଷ୍ଟର କରିଥିବା କହିଛନ୍ତି । ରେଡ୍ ଆଲର୍ଟ ଘୋଷଣା କରି ଲୋକଙ୍କୁ ଗରମରେ ବାହାରିବାକୁ ବାରଣ କରାଯାଇଛି । କହିରଖୁଛୁ ଅନେକ ଆମେରିକାରେ ଭୀଷଣ ତାପମାତ୍ରା ଯୋଗୁଁ ଅନେକ ଲୋକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ସ୍ବିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ସମ୍ପତ୍ତି ୭୦% କମିଲା

- Advertisement -

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories