www.samajalive.in
Friday, December 5, 2025
20.1 C
Bhubaneswar

ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ

ପୁରୀ: ପୁଲିସ ଓ ସେବାୟତଙ୍କ ବିବାଦର ସମାଧାନ ପରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନକୁ ୨୪ ଘଣ୍ଟା ପୁରି ନଥିବା ବେଳେ ଶନିବାର ପୁଣି ନୂଆ ବିବାଦ ମୁଣ୍ଡ ଟେକିଛି । ଶନିବାର ଶ୍ରୀମନ୍ଦିରରେ ଜଣେ ନାବାଳିକାଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ବୟସ ୧୪ ବର୍ଷ ଏବଂ ତାଙ୍କ ଘର ଯାଜପୁର ଟାଉନରେ ବୋଲି ଜଣାପଡିଛି । ଶନିବାର ସକାଳେ ପରିବାର ସହ ଶ୍ରୀମନ୍ଦିରର ଭିତରକାଠ ନିକଟରେ ଶ୍ରୀଜିଉଙ୍କ ଦର୍ଶନ କରିବା ବେଳେ ଜଣେ ଆଇଆରବି କନେଷ୍ଟବଳ ନାବାଳିକାଙ୍କୁ ଅସଦାଚରଣ କରିଥିଲେ ବୋଲି ପୀଡିତା ଜଣଙ୍କ ଅଭିଯୋଗ କରିଛନ୍ତି । ଏନେଇ ପୀଡିତାଙ୍କ ବାପା ସିଂହଦ୍ବାର ଥାନାରେ ଅଭିଯୋଗ କରିବା ସହ ଏତଲା ଦେଇଛନ୍ତି । ଅଭିଯୋଗ ପରେ ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ, ପର୍ଯ୍ୟଟକଙ୍କୁ ନେଇ ଗୁରୁବାର ଶ୍ରୀମନ୍ଦିରେ ସେବାୟତ ଓ ପୁଲିସ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । ପୁଲିସ ମାଡରେ ଜଣେ ସେବାୟତଙ୍କ ନାକ ଫାଟି ଯାଇଥିବା ବୋଲି ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ଶୁକ୍ରବାର ସେବାୟତମାନେ ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ କରିବା ସହ ସାଧାରଣ ଦର୍ଶନ ବନ୍ଦ ମଧ୍ୟ କରିଦେଇଥିଲେ । ଯାହାକୁ ନେଇ ଗତକାଲି ସିଂହଦ୍ବାର ନିକଟରେ ଉତ୍ତେଜନାମୂଳକ ପରିସ୍ଥିତି ସୃ​‌ଷ୍ଟି ହୋଇଥିଲା।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories