www.samajalive.in
Saturday, December 6, 2025
19.1 C
Bhubaneswar

ରାମାୟଣ ବିଷୟବସ୍ତୁକୁ ବ୍ୟଙ୍ଗାତ୍ମକ ଢଙ୍ଗରେ ଚିତ୍ରଣ କଲେ ଆଇଆଇଟି ଛାତ୍ରଛାତ୍ରୀ, ପ୍ରତିବାଦ ପରେ ଦଣ୍ଡିତ ହେଲେ

ସମାଜ ଡିଜିଟାଲ ଡେସ୍କ: ରାମାୟଣର ଏକ ବିଷୟବସ୍ତୁକୁ ବ୍ୟଙ୍ଗାତ୍ମକ ଢଙ୍ଗରେ ଚିତ୍ରଣ କରିଛନ୍ତି ଆଇଆଇଟି ବମ୍ବେରେ ଛାତ୍ରଛାତ୍ରୀ। ଗତ ମାର୍ଚ୍ଚ ୩୧ରେ ଅନୁଷ୍ଠାନର ବାର୍ଷିକ ଉତ୍ସବରେ କିଛି ଛାତ୍ରଛାତ୍ରୀ ମିଶି ଏକ ନାଟକ ମଞ୍ଚସ୍ଥ କରିଥିଲେ, ଯାହା ପବିତ୍ର ହିନ୍ଦୁ ଗ୍ରନ୍ଥ୍‌‌ ରାମାୟଣର ଏକ ବିଷୟବସ୍ତୁ ଉପରେ ଆଧାରିତ ଥିଲା। ଏହାର କିଛି ଭିଡିଓ କ୍ଲିପ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହିତ ଆଇଆଇଟି ବମ୍ବେ କର୍ତ୍ତୃପକ୍ଷଙ୍କୁ ଲିଖିତ ଆକାରରେ ଅଭିଯୋଗ ପଠାଯାଇଥିଲା। ଏହା ଉପରେ ବିଚାର କରିବା ଲାଗି ଏକ ଶୃଙ୍ଖଳା କମିଟି ଗଠନ କରାଯାଇଥିଲା। କମିଟିର ସୁପାରିସ କ୍ରମେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଅନୁଷ୍ଠାନ ପକ୍ଷରୁ ନାଟକ ମଞ୍ଚସ୍ଥ କରିଥିବା ଛାତ୍ରଛାତ୍ରୀଙ୍କୁ ଜରିମାନା ସହିତ ଦଣ୍ଡିତ କରାଯାଇଛି।

ଦଣ୍ଡ ସ୍ୱରୂପ ୮ ଛାତ୍ରଛାତ୍ରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଲେଖାଏ ଜରିମାନା କରାଯାଇଛି। ଏହା ସହିତ ଅନ୍ୟ ଛାତ୍ରଛାତ୍ରୀଙ୍କୁ ୪୦ ହଜାର ଟଙ୍କା ଜରିମାନା କରାଯାଇଛି। ଏହା ସହିତ ସେମାନଙ୍କୁ ହଷ୍ଟେଲରେ ରହିବା ସୁବିଧା ଉପରେ କଟକଣା ଲାଗୁ ହୋଇଛି। ଜଣେ ଅଭିଯୋଗକାରୀ କହିଛନ୍ତି, ଏହି ନାଟକରେ ରାମାୟଣ ପ୍ରତି ଅନେକ ପ୍ରକାର ଅପମାନଜନକ ଦୃଶ୍ୟ ରହିଛି। ଛାତ୍ରଛାତ୍ରୀମାନେ ଆମ ସଂସ୍କୃତିର ଉପହାସ କରିଛନ୍ତି।

- Advertisement -

ଅନ୍ୟ ଜଣେ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, ଛାତ୍ରଛାତ୍ରୀମାନେ ନିଜ ଶିକ୍ଷାଗତ ସ୍ୱାଧୀନତାର ଅପବ୍ୟବହାର କରିଛନ୍ତି। କୌଣସି ଧର୍ମକୁ ଯେପରି ବିଦ୍ରୁପ ଭାବରେ ଉପସ୍ଥାପନ କରା ନ ଯାଏ ସେଥିପ୍ରତି ଅନୁଷ୍ଠାନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯିବା ଦରକାର।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories