www.samajalive.in
Monday, December 8, 2025
24.1 C
Bhubaneswar

ମୂଷା ଯୋଗୁଁ ଦୁଇ ଗୋଡ଼ ହରାଇଲେ ରୁଷ୍ ମହିଳା

ସମାଜ ଡିଜିଟାଲ ଡେସ୍କ: ମୂଷାଙ୍କ ଯୋଗୁଁ ରୁଷ୍ର ଜଣେ ମହିଳା ନିଜର ଦୁଇ ଗୋଡ଼ ହରାଇଥିବା ଜଣାପଡ଼ିଛି। ରୁଷ୍ ର ଷ୍ଟାଭରୋପୋଲ୍ ଅଞ୍ଚଳରେ ମାରିନା ନାମକ ୬୦ ବର୍ଷୀୟା ମହିଳାଙ୍କ ଘରଦ୍ବାର ନାହିଁ। କିଛିଦିନ ତଳେ ଅତ୍ୟଧିକ ମଦ୍ୟପାନ କରି ମହିଳାଜଣକ ନିଶାସକ୍ତ ଅବସ୍ଥାରେ ଏକ ମେଣ୍ଢାଶାଳରେ ଶୋଇ ପଡିଥିଲେ। ନିଶା ଖସିବା ପରେ ସେ ଯାହା ଦେଖିଲେ ତାହା ଥିଲା ଅବିଶ୍ବସନୀୟ। ମେଣ୍ଢାଶାଳରେ ରହୁଥିବା ମୂଷାମାନେ ତାଙ୍କ ଦୁଇଗୋଡ଼ର ମାଂସକୁ ପ୍ରାୟତଃ ଖାଇ ସାରିଥିଲେ। ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦା ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ। ମହିଳାଙ୍କ ଦୁଇଟି ଗୋଡ଼ର ସଂକ୍ରମଣ ବଢ଼ି ଯାଇଥିବାରୁ ଡାକ୍ତର ଗୋଡ଼ ଦୁଇଟିକୁ କାଟି ଦେଇଥିଲେ। ବର୍ତ୍ତମାନ ମହିଳା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ନିଜ ଭୁଲ୍ ରୁ ଗୋଡ଼ ଦୁଇଟି ହରାଇଥିବା ଯୋଗୁଁ ମନସ୍ତାପ କରୁଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories