www.samajalive.in
Sunday, December 7, 2025
26.1 C
Bhubaneswar

ବାଇକରେ ଲାଗିଲା ସିଲିଂ ପଙ୍ଖା

ସମାଜ ଡିଜିଟାଲ ଡେସ୍କ:  ଗରମରୁ ରକ୍ଷା ପାଇବାକୁ ଅନେକ ବ୍ୟକ୍ତି ଏକାଧିକ କୌତୂହଳପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେହିପରି ଏକ ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଜଣେ ବ୍ୟକ୍ତି ନିଜ ପୁରୁଣା ବାଇକରେ ଏକ ସିଲିଂ ପଙ୍ଖା ଲଗାଇଥିବା ଏଥିରେ ଦେଖିବାକୁ ମିଳୁଛି। ବାଇକର ଆଗ ଓ ପଛପଟେ ୱଲଡିଂ କରି ଲୁହାର ଛଡ଼ ଲଗାଯାଇଛି। ସିଟ୍ର ଠିକ୍ ଉପରେ ଥିବା ଲୁହାଛଡ଼ରେ ଏକ ସିଲିଂ ପଙ୍ଖା ଟଙ୍ଗାଯାଇଛି। ପଙ୍ଖାରୁ ଏକ ତାର ଆସି ବାଇକର ବ୍ୟାଟେରିରେ ଲାଗିଛି। ସୁଇଚ୍ ମାରିଲେ ସିଲିଂ ପଙ୍ଖାଟି ଘୂରୁଛି। ଏହି ଭିଡିଓକୁ ୩୨ ଲକ୍ଷ ବ୍ୟକ୍ତି ଦେଖିଥିବା ବେଳେ ଏପରି ଉଦ୍ଭାବନ ଭାରତ ବାହାରକୁ କିପରି ନ ଯାଇ ପାରିବ ତାହାର ବନ୍ଦୋବସ୍ତ କରିବାକୁ ଏକାଧିକ ବ୍ୟକ୍ତି ମନ୍ତବ୍ୟ ଦେଇଥିବା ବେଳେ ବାଇକରେ ସିଲିଂ ପଙ୍ଖା ଲଗାଇଥିବା ବ୍ୟକ୍ତିଙ୍କ ବୁଦ୍ଧିକୁ ପ୍ରଶଂସା କରିଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories